Categories: ଖେଳ

ସେମିଫାଇନାଲରେ ମୁକ୍ତେଶ୍ୱର

ଭୁବନେଶ୍ୱର,୨୯ା୩(ସ୍ପୋଟର୍‌ସ ବ୍ୟୁରୋ): ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ପଞ୍ଚମ ରାମେଶ୍ୱର କପ୍‌ ତଥା କମଳା ପରିଡ଼ା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛି ମୁକ୍ତେଶ୍ୱର। ମଙ୍ଗଳବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ତୃତୀୟ କ୍ୱାର୍ଟର ଫାଇନାଲକୁ ଡର୍କଓ୍ବର୍ଥ ଲୁଇସ୍‌ ମେଥଡରେ ଟାଉନ୍‌ କ୍ଲବକୁ ୭ ଉଇକେଟରେ ପରାସ୍ତ କରିଛି ଦଳ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟାଉନ୍‌ କ୍ଲବ ୩୪.୪ ଓଭରରେ ୧୫୬ ରନ୍‌ରେ ଅଲଆଉଟ ହୋଇଥିଲା। ଜୀବନ ରଣସିଂହ ୫୮ ରନ୍‌ କରିଥିବା ବେଳେ ମୁକ୍ତେଶ୍ୱର ପକ୍ଷରୁ ସୋମଦେବ ବିଶ୍ୱାଳ ୩ ଓ ଦିବ୍ୟେନ୍ଦୁ ପଣ୍ଡା ୨ ଉଇକେଟ ନେଇଥିଲେ। ଜବାବରେ ମୁକ୍ତେଶ୍ୱର ୧୯.୫ ଓଭରରେ ୩ ଉଇକେଟରେ ୧୫୫ ରନ୍‌ କରିଥିବା ବେଳେ ବର୍ଷା କାରଣରୁ ଖେଳ ବନ୍ଦ ରହିଥିଲା। ସମରପ୍ରୀତ ପଟେଲ ୮୯ ରନ୍‌ କରିଥିବା ବେଳୋ ଶ୍ଲୋକ ସଙ୍କଳ୍ପ ୨ ଉଇକେଟ ନେଇଥିଲେ। ଆଉ ଖେଳ ସମ୍ଭବ ନ ହେବାରୁ ଡର୍କଓ୍ବର୍ଥ ଲୁଇସରେ ମୁକ୍ତେଶ୍ୱରକୁ ବିଜୟୀ ଘୋଷଣା କରାଯାଇଥିଲା। ସମରପ୍ରୀତଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ପ୍ରଭାତ ରଥ। ଜୟନ୍ତ ପ୍ରଧାନ ଓ ଜଗଦୀଶ ମହାପାତ୍ର ମ୍ୟାଚ୍‌ ପରିଚାଳନା କରିଥିଲେ। ବୁଧବାର ବିହାରୀଲାଲ ସ୍ପୋଟର୍‌ସ ଟ୍ରଷ୍ଟ ଓ ଆଲ୍‌ଫା ସ୍ପୋର୍ଟିଂ ଗଞ୍ଜାମ ମଧ୍ୟରେ ଖେଳାଯିବ।

Share