ଧାରଣାରେ ବସିଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୨ା୩: ରାଉରକେଲା ସରକାରୀ ହସ୍ପିଟାଲ(ଆର୍‌ଜିଏଚ୍‌)ରେ ସର୍ଜିକାଲ ଓ ଅର୍ଥୋପେଡିକ ଓଟି ୧୭ଦିନ ହେଲା ବନ୍ଦ ରହିଛି। ଏହାକୁ ତୁରନ୍ତ ଚାଲୁ କରିବା ଦାବିରେ ମଙ୍ଗଳବାର ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି ଧାରଣାକୁ ସମର୍ଥନ ଅନ୍ୟ ସାମାଜିକ କର୍ମୀମାନେ ସମର୍ଥନ ଜଣାଇଛନ୍ତି। ମୁକ୍ତିକାନ୍ତ ଅଭିଯୋଗ କରିଛନ୍ତି, ଆର୍‌ଜିଏଚ୍‌ରେ ଏହି ସମସ୍ୟା ନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ ପ୍ରଶାସନ ନିରବ ରହୁଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କହିଲେ ଡାକ୍ତର ନ ଥିବା ଉତ୍ତର ମିଳୁଛି। ରାଉରକେଲା ସହରରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିଲେ ମଧ୍ୟ କାହାର ନିଘା ନାହିଁ। ଓଟି ଗୁଡିକୁ ତୁରନ୍ତ ଚାଲୁ କରାଯାଉ ନଚେତ୍‌ ଧାରଣା ଜାରି ରହିବ ବୋଲି ବିଶ୍ୱାଳ ଉଲ୍ଲେଖ କରିଛନ୍ତି।

Share