ନୂଆଦିଲ୍ଲୀ,୧୩।୯: ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ପୁଣିଥରେ ଭାରତର ଆଟର୍ଣ୍ଣି ଜେନେରାଲ ହୋଇପାରନ୍ତି। ରୋହତଗୀ ୨୦୧୪ ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ଆଟର୍ଣ୍ଣି ଜେନେରାଲ ମଧ୍ୟ ଥିଲେ। ବର୍ତ୍ତମାନର ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲଙ୍କ କାର୍ଯ୍ୟକାଳ ୩୦ ସେପ୍ଟେମ୍ବରରେ ଶେଷ ହେବ। କୁହାଯାଉଛି ଯେ ୯୧ ବର୍ଷିୟ ଭେନୁଗୋପାଲ ଆଉ ଏହି ପଦବୀରେ ରଖିବାକୁ ଇଚ୍ଛୁକ ନୁହଁନ୍ତି। ରୋହତଗୀଙ୍କ ନିଯୁକ୍ତି ସମ୍ପର୍କରେ ସରକାରୀ ବିଜ୍ଞପ୍ତି ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ।
କୁହାଯାଉଛି, ମୁକୁଲ ରୋହତୀ ଅକ୍ଟୋବର ୨ ତାରିଖରୁ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ କରିବେ। ସେ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।