Categories: ଜାତୀୟ

ଭାଜପାକୁ ଝଟ୍‌କା: ଟିଏମ୍‌ସିକୁ ଫେରିପାରନ୍ତି ମୁକୁଲ ରାୟ

କୋଲକତା,୧୧।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଭାଜପାକୁ ଆଉ ଏକ ଝଟକା ଲାଗିଛି। ଭାଜପା ବଡ ନେତା ମୁକୁଲ ରାୟ ନିଜ ପୁଅ ଶୁଭ୍ରାଂଶୁଙ୍କ ସହ ଦଳ ଛାଡି ତୃଣମୂଳ କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଉଛି। ଉଭୟ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପାର୍ଟି ମୁଖ୍ୟାଳୟରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ମୁକୁଲ ପୂର୍ବରୁ ଟିଏମ୍‌ସି ଥିଲେ। ପରେ ବିଭିନ୍ନ କାରଣରୁ ସେ ଦଳ ଛାଡି ଭାଜପାରେ ଯୋଗ ଦେଇଥିଲେ।

Share