କୋଲକାତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତ୍ରୁଣମୂଳ କଂଗ୍ରେସର ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ରାୟ କହିଛନ୍ତି, ମୁଁ ସବୁବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ରହିଛି, ମୁଁ କୌଣସି ଧୋକା ଦେଇନାହିଁ। ରାୟ ଆହୁରି ମଧ୍ୟ କହିଛନ୍ତି, ସେ ଭାଜପାରେ ଥିଲେ ଆଉ ଏବେ ପୁଣିଥରେ ସେ ଆସିଛନ୍ତି। ତେଣୁ ଦଳ ଯେଉଁ କାମ ଦେବ ସେ କରିବେ।
ଟିଏମସିରୁ ଇସ୍ତଫା ଦେବା କଥା ପ୍ରଶ୍ନ କରିବାରୁ ମୁକୁଳ ରାୟ କହିଛନ୍ତି, ଏବେ ମୁଁ ଟିଏମସିର ଅଂଶ ହୋଇନାହିଁ। ମୁଁ ପୂର୍ବରୁ ଟିଏମସିରୁ ଇସ୍ତଫା ଦେଇ ସାରିଛି। ସେ ସୋମବାର ରାତିରେ କୌଣସି ବ୍ୟକ୍ତିଗତ କାମ ପାଇଁ ଦିଲ୍ଲୀ ଯାଇଥିଲେ। ହେଲେ ଏହାପରେ ତାଙ୍କ ପରିବାର ଲୋକେ ଦାବି କରିଥିଲେ କି ସେ ନିଖୋଜ ହୋଇଯାଇଛନ୍ତି। ପରିବାର ଲୋକେ ଦାବି କରିଥିଲେ କି ତାଙ୍କର ମାନସିକ ସ୍ଥିତି ଠିକ ନାହିଁ ଓ ଭାଜପା ଟିଏମସି ନେତାଙ୍କୁ ବ୍ୟବହାର କରି ହୀନ ରାଜନୀତି କରିବା ଉଚିତ ନୁହେଁ ଯାହା ଅଶ୍ୱସ୍ଥ ଅଟେ।