ମାଲକାନଗିରି ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଡ଼ି ଦଳ ଛାଡ଼ିଲେ

ମାଲକାନଗିରି, ୩ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରିର ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଡ଼ି ଶନିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସେଥିରେ ଇସ୍ତଫାର କାରଣ ଦର୍ଶାଇ ନ ଥିବା ବେଳେ ରବିବାର ସେ ଭାଜପାରେ ଭୁବନେଶ୍ୱରଠାରେ ମିଶିବେ ବୋଲି କହିଛନ୍ତି । ଦଳ ଛାଡିବାର କାରଣ ପଚାରିବାରୁ ଭାଜପାରେ ଯୋଗଦେବା ପରେ ଗଣମାଧ୍ୟମକୁ ସମସ୍ତ ସୂଚନା ଦେବେ ସେ ବୋଲି କହିଛନ୍ତି।

Share