Posted inଜାତୀୟ

ପହିଲମାନ୍‌ ହେବାକୁ ଆସି ରାଜନେତା ପାଲଟିଥିଲେ ମୁଲାୟମ…

ନୂଆଦିଲ୍ଲୀ,୧୦।୧୦ : ଦେଶର ବଡ ରାଜନୈତିକ ପରିବାର ଆରମ୍ଭ କରିଥିବା ମୁଲାୟମ ସିଂ ଯାଦବ ୨୨ ନଭେମ୍ବର ୧୯୩୯ ରେ ଏଟାୱା ଜିଲାର ସୈଫାଇ ଗାଁରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ଏଟାୱା, ଫତେହାବାଦ ଏବଂ ଆଗ୍ରାଠାରେ ହୋଇଥିଲା। ଅଧ୍ୟୟନ ସମାପ୍ତ କରିବା ପରେ ସେ ମେନପୁରୀର କରହଲସ୍ଥିତ ଜୈନ ଇଣ୍ଟର କଲେଜରେ ପ୍ରଫେସର ଭାବେ ଶିକ୍ଷାଦାନ କରୁଥିଲେ।

ତାଙ୍କ ପିତାଙ୍କ ସ୍ବପ୍ନ ଥିଲା ଯେ ପୁଅ ଜଣେ ପହିଲମାନ ହେବ। କୁସ୍ତି ଲଢ଼ିବ। କିନ୍ତୁ, ସେ ଜାଣି ନଥିଲେ ଯେ ତାଙ୍କ ପୁଅ ଆଖଡ଼ାଶାଳରୁ ହିଁ ଜୀବନର ଉଦ୍ଦେଶ୍ୟ ପାଇବ । ଲୋକଙ୍କ ସେବା କରିବାର ଉଦ୍ଦେଶ୍ୟ, ରାଜନୀତିର ଉଦ୍ଦେଶ୍ୟ । ତାଙ୍କ କୁସ୍ତି ସମୟରେ ହିଁ ମୁଲାୟମ ତାଙ୍କ ରାଜନୈତିକ ଗୁରୁ ନାଥୁ ସିଂହଙ୍କୁ ମେନପୁରୀରେ ଆୟୋଜିତ ଏକ କୁସ୍ତି ପ୍ରତିଯୋଗିତାରେ ପ୍ରଭାବିତ କରିଥିଲେ। ଏଠାରୁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ।

ନାଥୁ ସିଂଙ୍କ ପାରମ୍ପରିକ ବିଧାନସଭା ନିର୍ବାଚନମଣ୍ଡଳୀ ଜସୱନ୍ତନଗରରୁ ମୁଲାୟମ ସିଂ ଯାଦବ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ରାମ ମନୋହର ଲୋହିଆ ଏବଂ ରାଜ ନାରାୟଣଙ୍କ ପରି ସମାଜବାଦୀ ଆଦର୍ଶ ନେତାଙ୍କ ମାଧ୍ୟମରେ ରାଜନୀତି ଶିଖିଥିବା ମୁଲାୟମ ୧୯୬୭ ମସିହାରେ ୨୮ ବର୍ଷ ବୟସରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ଯେତେବେଳେ କି ତାଙ୍କ ପରିବାରର କୌଣସି ରାଜନୈତିକ ପୃଷ୍ଠଭୂମି ନଥିଲା।

ସଂୟୁକ୍ତ ସୋସାଲିଷ୍ଟ ପାର୍ଟିର ଟିକେଟରେ ଜସୱନ୍ତନଗର ଆସନରୁ ମୁଲାୟମ ପ୍ରଥମ ଥର ପାଇଁ ବିଧାନସଭାରେ ପହଞ୍ଚିଥିଲେ। ମୁଲାୟମ କେବଳ ଦୁଇ ବର୍ଷ ପାଇଁ ବିଧାୟକ ରହିଥିଲେ। ୧୯୬୯ ରେ ପୁନର୍ବାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ମୁଲାୟମଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ୧୯୭୪ ବିଧାନସଭା ନିର୍ବାଚନରେ ଜସୱନ୍ତନଗର ଆସନରୁ ମୁଲାୟମ ଦ୍ୱିତୀୟ ଥର ଜିତିଥିଲେ। ୧୯୭୭ ରେ ତୃତୀୟ ଥର ପାଇଁ ବିଧାନସଭାରେ ପହଞ୍ଚିଥିଲେ। କଂଗ୍ରେସ ବିରୋଧୀ ତରଙ୍ଗରେ ରାଜ୍ୟରେ ଜନତା ପାର୍ଟି ଗଠନ କରାଯାଇଥିଲା ଏବଂ ମୁଲାୟମଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ କରାଯାଇଥିଲା।

୧୯୮୯ ରେ ରାଜ୍ୟ ବିଧାନସଭା ନିର୍ବାଚନରେ ଜନତା ଦଳ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲେ। ଜନତା ଦଳ ଉତ୍ତରପ୍ରଦେଶ ବିଧାନସଭାରେ ୪୨୫ ଟି ଆସନରୁ ୨୦୮ ଟି ଆସନ ଜିତିଥିଲା। କଂଗ୍ରେସର ଆସନ ୯୪କୁ ହ୍ରାସ ହୋଇଥିଲା। ମୁଲାୟମ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହି ନିର୍ବାଚନ ପରେ ଦେଶରେ ଜନତା ଦଳ ଗଠନ କରାଯାଇଥିଲା। ଭିପି ସିଂ ପ୍ରଧାନମନ୍ତ୍ରୀ ହୋଇଥିଲେ। ନଭେମ୍ବର ୧୯୯୦ ରେ ଯେତେବେଳେ କେନ୍ଦ୍ରରେ ଭିପି ସିଂଙ୍କ ସରକାର ପତନ ହୋଇଥିଲା, ସେତେବେଳେ ମୁଲାୟମ ସିଂ ଚନ୍ଦ୍ରଶେଖରଙ୍କ ଜନତା ଦଳ (ସମାଜବାଡି) ରେ ଯୋଗ ଦେଇଥିଲେ ଏବଂ କଂଗ୍ରେସ ସମର୍ଥନରେ ସିଏମ ଚେୟାର ବଜାୟ ରଖିଥିଲେ। ଯେତେବେଳେ ଏପ୍ରିଲ ୧୯୯୧ ରେ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କଲା, ସେତେବେଳେ ମୁଲାୟମ ସିଂଙ୍କ ସରକାରଙ୍କର ପତନ ହୋଇଥିଲା। ୧୯୯୧ ରେ, ଉତ୍ତରପ୍ରଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମୁଲାୟମ ସିଂଙ୍କ ଦଳ ପରାସ୍ତ ହୋଇଥିଲା ଏବଂ ରାଜ୍ୟରେ ଭାଜପା କ୍ଷମତାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାନାଡା ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ କି ଆମେରିକା: ଆସିଲା ବଡ଼ ଅପଡେଟ୍ 

ନୂଆଦିଲ୍ଲୀ/ୱାଶିଂଟନ୍,୩୦/୧୦: ଶିଖ୍ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜର ହତ୍ୟା ମାମଲାରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଉଭୟ...

ପରମାଣୁ ବୋମାର ବାଦଶାହ ହେବ ଏହି ଦେଶ: ୨୦୨୯ ସୁଦ୍ଧା ଏତିକି….

ନୂଆଦିଲ୍ଲୀ,୩୦/୧୦: ଚାଇନାର ପରମାଣୁ ଅସ୍ତ୍ର ଶସ୍ତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆମେରିକୀୟ ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଗାମୀ...

୨ ଲକ୍ଷ ଟଙ୍କାର ଲେଦର ବ୍ୟାଗ୍‌ ବ୍ୟବହାରକୁ ନେଇ ମୁହଁ ଖୋଲିଲେ ଜୟା କିଶୋରୀ

କୋଲକାତା,୩୦ା୧୦:ଆଧ୍ୟାତ୍ମିକ ବକ୍ତା ଜୟା କିଶୋରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ‘ଡିଓର’ ବ୍ରାଣ୍ଡର ଏକ ଦାମୀ ଡିଜାଇନର ଲେଦର ବ୍ୟାଗ୍‌...

ରୋଗୀଙ୍କୁ ଅଚେତ୍‌ କରାଇ ବଳାତ୍କାର କଲେ ଡାକ୍ତର: ଆଉ ତା’ପରେ…

କୋଲକାତା,୩୦ା୧୦:କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା।...

ସରକାରଙ୍କ ବଡ଼ ଘୋଷଣା, କମିବ ପେଟ୍ରୋଲ ଦର, ଓଡ଼ିଶାର ଏହିସବୁ ଅଞ୍ଚଳକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୯।୧୦: କମିବ ପେଟ୍ରୋଲ ଓ ଡିଜେଲ ଦର। ଆଜି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ...

କେବେ ଦୀପାବଳି? ମୁକ୍ତିମଣ୍ଡପର ନିଷ୍ପତ୍ତ ପରେ କାଶୀ ପଣ୍ଡିତଙ୍କ ମଧ୍ୟରେ ସୃଷ୍ଟିହେଲା ଝଡ

ନୂଆଦିଲ୍ଲୀ,୨୯।୧୦: ଦୀପାବଳି କେବେ ? ଅକ୍ଟୋବର ୩୧ କିମ୍ବା ନଭେମ୍ବର ୧? ଏହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି। କେବଳ ସାଧାରଣ ଲୋକେ ନୁହନ୍ତି, ଚଳିତ...

ହଠାତ୍‌ ଷ୍ଟେଜ ଉପରେ ଭୋ ଭୋ ହୋଇ କାନ୍ଦିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୦: ଆୟୁଷ୍ମାନ ଯୋଜନା ପାର୍ଟ-୨ରେ ସମସ୍ତେ ଲାଭ ନେଇ ପାରିବେ। ୭୦ ବର୍ଷରୁ ଅଧିକ ହେଲେ ବି ଆପଣଙ୍କ ସ୍ବାସ୍ଥ୍ୟ ସେବା ଦାୟିତ୍ୱ ସରକାରଙ୍କର। ଆଜି...

କ୍ଷୀର ଦେବା ବେଳେ ଛେପ ପକାଉଥିଲେ ବ୍ୟକ୍ତି, ସିସିଟିଭିରେ ଏଭଳି ଦୃଶ୍ୟ କଏଦ ହେବା ପରେ…

ଲକ୍ଷ୍ନୌ,୨୯।୧୦: ଉତ୍ତର ପ୍ରଦେଶ ସହ ବିଭିନ୍ନ ରାଜ୍ୟରେ ‘ସ୍ପିଟ୍‌ ଜିହାଦ’ର ଅନେକ ମାମଲା ସାମ୍ନାକୁ ଆସିଛି। ୟୁପି ସରକାର ଏଭଳି ମାମଲା ଉପରେ କଡ଼ା ପଦକ୍ଷେପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri