Categories: ଜାତୀୟ

ମୁଲାୟମ୍‌ଙ୍କ ଝିଆରିଙ୍କୁ ବିଜେପି ଟିକଟ

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂହ ଯାଦବଙ୍କ ଝିଆରି ସନ୍ଧ୍ୟା ଯାଦବଙ୍କୁ ଭାଜପା ପକ୍ଷରୁ ଜିଲା ପଞ୍ଚାୟତ ପାଇଁ ଟିକଟ ମିଳିଛି। ଘିରୋରର ଓ୍ବାର୍ଡ ନଂ୧୮ରୁ ଜିଲା ପଞ୍ଚାୟତ ସଦସ୍ୟ ପଦ ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇଛି। ସନ୍ଧ୍ୟା ଯାଦବ ହେଉଛନ୍ତି ପୂର୍ବତନ ଏମ୍‌ପି ଧର୍ମେନ୍ଦ୍ର ଯାଦବଙ୍କ ଭଉଣୀ ଓ ବର୍ତ୍ତମାନର ଜିଲା ପଞ୍ଚାୟତ ଅଧ୍ୟକ୍ଷ। ସୂଚନାଯୋଗ୍ୟ, ଗତଥର ସନ୍ଧ୍ୟା ଏସ୍‌ପିରୁ ଜିଲା ପଞ୍ଚାୟତ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ତାଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆସିଥିଲା। ସେହିି ସମୟରେ ଭାଜପା ତାଙ୍କୁ ସାହାଯ୍ୟ କରିଥଲା। ପୂର୍ବରୁ ସନ୍ଧ୍ୟାଙ୍କ ସ୍ବାମୀ ଭାଜପାରେ ସାମିଲ ହୋଇଥିବା ବେଳେ ଏବେ ତାଙ୍କୁ ଭାଜପା ପକ୍ଷରୁ ଟିକଟ ଦିଆଯାଇଥିବା ଜଣାପଡ଼ିଛି।

Share