Categories: ଜାତୀୟ

ନିର୍ବାଚନ ନ ଲଢ଼ି ବିଧାୟକ ହୋଇଯାଇଥିଲେ ମୁଲାୟମ; ଜାଣନ୍ତୁ ତାଙ୍କ ରାଜନୀତିର କିଛି ରୋଚକ କଥା…

ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଚାଲିଛି। ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ରବିବାର ଅର୍ଥାତ ଫେବୃୟାରୀ ୨୦ରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଚଳିତ ଥର ୟୁପି ନିର୍ବାଚନରେ କେବଳ ଦୁଇଟି ଦଳ ମଧ୍ୟରେ ପ୍ରତିନ୍ଦ୍ୱନ୍ଦିତା ହେଉଥିବା କୁହାଯାଉଛି। ସେଥିରୁ ଗୋଟିଏ ହେଉଛି ଶାସକ ଭାଜପା, ଅନ୍ୟଟି ସମାଜବାଦୀ ପାର୍ଟି। ମୈନପୁରୀର କରହଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ସମାଜବାଦୀ ପାର୍ଟୀର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ନିର୍ବାଚନ ଲଢ଼ୁଛନ୍ତି। ସେହିଭଳି ତାଙ୍କ ଦାଦା ଶିବପାଲ ଯାଦବ ଜସଓ୍ବନ୍ତ ନଗର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତାକାଲି ଏହି ଦୁଇଟି ସ୍ଥାନରେ ନିର୍ବାଚନ ହେବ।

କହିରଖୁଛୁ ଯେ, ଜସଓ୍ବନ୍ତ ନଗର ହେଉଛି ସେହି ନିର୍ବାଚନମଣ୍ଡଳୀ ଯେଉଁଠାରୁ ସମାଜବାଦୀ ପାର୍ଟୀ ପୃଷ୍ଠପୋଷକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ପ୍ରଥମ ଥର ନିର୍ବାଚନ ଲଢ଼ିଥିଲେ। ପରେ ସେ ଏଠାରୁ ଅନେକ ଥର ବିଧାୟକ ହୋଇଥିଲେ। ସେବେଠାରୁ ଏହି ନିର୍ବାଚନମଣ୍ଡଳୀ ଯାଦବ ପରିବାରର ପାରମ୍ପରିକ ଆସନ ଭାବେ ପରିଗଣିତ ହୋଇଆସୁଛି। ହେଲେ ଏକ ସମୟ ଏପରି ଥିଲା ଯେତେବେଳେ ମୁଲାୟମ ନିର୍ବାଚନରେ ନ ଲଢ଼ି ବିଧାୟକ ହୋଇଥିଲେ।

ମୁଲାୟମ କଲେଜରେ ପଢ଼ୁଥିବା ବେଳେ ବନ୍ଧୁମାନେ ତାଙ୍କୁ ବିଧାୟକ(ଏମ୍‌ଏଲ୍‌ଏ) ବୋଲି ଡାକୁଥିଲେ। ସ୍ନେହରେ ଯାହାକୁ ସେମାନେ ବିଧାୟକ ବୋଲି ଡାକୁଛନ୍ତି, ସେ ବାସ୍ତବରେ ମୁଖ୍ୟମନ୍ତ୍ରୀ ହେବେ ବୋଲି କେହି ଭାବି ନ ଥିଲେ। କଲେଜରେ ପଢ଼ୁଥିବା ବଳେ ମୁଲାୟମ ସମାଜବାଦୀ ପାର୍ଟିର ଆଦର୍ଶ ଦ୍ୱାରା ଅନୁପ୍ରାଣୀତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ। ସେ ଛାତ୍ରସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସଭାପତି ପାଲଟିଥିଲେ। ଏହି ସମୟରେ ହିଁ ସେ ରାମ ମନୋହର ଲୋହିଆ, ନାଥୁ ସିଂ ଏବଂ କମାଣ୍ଡର ଅର୍ଜୁନ ସିଂହ ଭଦୌରିଆଙ୍କ ଭଳି ବଡ଼ ନେତାଙ୍କ ପ୍ରିୟପାତ୍ର ହୋଇଥିଲେ।

ଛାତ୍ର ରାଜନୀତି ସହ ଜଡ଼ିତ ହେବା ସମୟରେ ସେ ଅନେକ ଆନ୍ଦେଳନର ମୁଖ୍ୟ ପୁରୋଧା ସାଜିଥିଲେ। ସେବେଠାରୁ ଆରମ୍ଭ ହୋଇଥିବା ରାଜନୀତି ପ୍ରକ୍ରିୟା ବନ୍ଦ ହୋଇ ନ ଥିଲା। ପରେ ସେ ୧୯୬୭ରେ ଜସଓ୍ବନ୍ତପୁର ଆସନରୁ ବିଧାୟକ ହୋଇଥିଲେ। ଏହାପରେ ସେ ପଛକୁ ଫେରି ଚାହିଁ ନ ଥିଲେ। ତିନିଥର ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି।

Share