ନୂଆଦିଲ୍ଲୀ,୪।୧୦: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ୍ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି। ହରିଆଣାର ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ମୁଲାୟମ୍ ସିଂହଙ୍କ ଚିକିତ୍ସା ଚାଲୁଛି। ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ଇଣ୍ଟେସିଭ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଚିକିତ୍ସାରେ ଏକ ବିଶେଷଜ୍ଞ ଦଳ ନିୟୋଜିତ ଅଛନ୍ତି। ଇତିମଧ୍ୟରେ ଏସ୍ପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମୁଲାୟମ ସିଂ ଯାଦବଙ୍କ ପୁଅ ଅଖିଳେଶ ଯାଦବ ମଙ୍ଗଳବାର ମେଦାନ୍ତ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏତଦ୍ବ୍ୟତୀତ ମୁଲାୟମଙ୍କ ସମର୍ଥନ ଏବଂ ନେତାମାନେ ସେଠାରେ ପହଞ୍ଚିଛନ୍ତି। ଶିବପାଲ ସିଂ ଯାଦବ, ରାମ ଗୋପାଳ ଯାଦବ ଏବଂ ଧର୍ମେନ୍ଦ୍ର ଯାଦବ ମଧ୍ୟ ହସ୍ପିଟାଲରେ ଉପସ୍ଥିତ ଥିଲେ। ସୂଚନା ମୁତାବକ, ଅଗଷ୍ଟ ୨୨ରୁ ମୁଲାୟମ ସିଂ ଯାଦବ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।