Categories: ଜାତୀୟ

ଲାଇଫ ସପୋର୍ଟ ମେଡିସିନରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ମୁଲାୟମ

ନୂଆଦିଲ୍ଲୀ,୬ ।୧୦: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ୟାବସ୍ଥା ଏବେବି ଜଟିଳ ରହିଛି । ତାଙ୍କର ଚିକିତ୍ସା ହିରିୟାଣା ସ୍ଥିତ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ କରାଯାଉଛି । ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ତାଜା ସୂନା ଅନୁଯାୟୀ, ଏବେବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି ।
ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂ ଯାଦବଙ୍କ ହେଲ୍‌ଥ ଅପଡେଟ ଗୁରୁବାର ଜାରି କରାଯାଇଛି । ଏଥିରେ କୁହାଯାଇଛି ଏବେବି ସେ ସଙ୍କଟାପନ୍ନ ଅବସ୍ଥାରେ ରହିଛନ୍ତିି । ସମାଜବାଦୀ ପାର୍ଟି ସଂରକ୍ଷକଙ୍କୁ ଏବେ ଜୀବନ ରକ୍ଷକ ମେଡିସିନ ଦ୍ୱାରା ଆଇସିୟୁରେ ଚିକିତ୍ସା କରାଯାଉଛି । ମେଦାନ୍ତ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି ।
ଅନ୍ୟପଟେ ବିଭିନ୍ନ ଦଳର ବହୁ ନେତା ମୁଲାୟମଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବାକୁ ହସ୍ପିଟାଲ ପହଞ୍ଚିଛନ୍ତି । ଏହାସହ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ଏବେକାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ହସ୍ପିଟାଲ ପହଞ୍ଚି ମୁଲାୟମଙ୍କ ସ୍ୱାସ୍ଥ ସମ୍ପର୍କରେ ପଚାରି ବୁଝିଥିଲେ ।

Share