Categories: ଜାତୀୟ

ବିଗିଡିଲା ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା

ଲକ୍ଷ୍ନୌ,୨।୧୦: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଇସିୟୁରେ ଥିବା ଜଣାପଡିଛି। ଡାକ୍ତର ଲଗାତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସେପଟେ ମୁଲାୟମଙ୍କ ପୁଅ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ସିଂ ଯାଦବ ପିତାଙ୍କ ସ୍ବାସ୍ଥ୍ୟ ଖବର ଶୁଣି ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି।

Share