Categories: ଜାତୀୟ

ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନାଙ୍କ ପରଲୋକ …

ଲକ୍ଷ୍ନୌ, ୯।୭ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମୈନପୁରୀ ଏମ୍‌ପି ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନା ଗୁପ୍ତାଙ୍କର ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପରଲୋକ ଘଟିଛି। ଗତ ସପ୍ତାହରେ ବ୍ଲଡ ସୁଗାର ବୃଦ୍ଧି ସମେତ ଅନ୍ୟାନ୍ୟ ଅସୁସ୍ଥତା ଯୋଗୁ ସାଧନା ଗୁପ୍ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧିନ ଅବସ୍ଥାରେ ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୂତ୍ରର ସୂଚନା ପ୍ରଦାନ କରାଯାଇଛି। ମୁଲାୟମ ସିଂ ଯାଦବ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସାଧନା ଗୁପ୍ତା ଏଲଡିଏରେ କାର୍ଯ୍ୟରତ ଥିଲେ। ନିକଟରେ ତାଙ୍କୁ ଟ୍ରାନ୍ସଫର ମଧ୍ୟ କରାଯାଇଥିଲା।

Share