Categories: ଜାତୀୟ

ମୁଲାୟମଙ୍କ ସାନ ବୋହୂ ଧରିଲେ ପଦ୍ମ …

ଲକ୍ଷ୍ନୌ, ୧୯।୧ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବଦଳ ଆରମ୍ଭ ହୋଇଛି। ଅସନ୍ତୁଷ୍ଟ ନେତା ନିଜ ଦଳର ବାଡ଼ ଡ଼େଇଁ ଅନ୍ୟ ଶିବିରରେ ଯୋଗଦେବାରେ ଲାଗିଛନ୍ତି। ବୁଧବାର ସମାଜବାଦୀ ନେତା ମୁଲାୟମ୍‌ ସିଂ ଯାବଦଙ୍କ ସାନବୋହୂ ଅପର୍ଣା ଯାଦବ ଭାଜପାରେ ଯୋଗ ଦେଇଛନ୍ତି।

ଏହି ଅବସରରେ ରାଜ୍ୟ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂ ଏବଂ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଉପସ୍ଥିତ ରହି ଅପର୍ଣାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପ୍ରଦାନ କରିଛନ୍ତି।

ମୁଲାୟମ୍‌ଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ। ସେ ୨୦୧୭ରେ ସମାଜବାଦୀ ଟିକଟରେ ଲକ୍ଷ୍ନୌର କୈଣ୍ଟ୍‌ ଆସନରୁ ବିଧନସଭା ନିର୍ବାଚନ ଲଢ଼ି ଭାଜପା ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କଠାରୁ ପରାଜିତ ହୋଇଥିଲେ।

ପରେ ରୀତା ଏମ୍‌ପି ହେବା ରେ ୨୦୧୯ରେ ଏହି ଆସନରେ ହୋଇଥିବା ଉଊପ ନିର୍ବାଚନରେ ଭାଜପା ପକ୍ଷରୁ ସୁରେଶ ଚନ୍ଦ୍ର ତିଓ୍ବାରୀ ବିଜୟୀ ହୋଇଥିଲେ। ଏହି ଆସନରୁ ତାଙ୍କ ପୁଅକୁ ଟିକଟ ଦେବାକୁ ରୀତା ଭାଜପା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଭାଜପା ଅପର୍ଣାଙ୍କ ଆସନ ବଦଳାଇବାକୁ ଯୋଜନା କରିଛି।

Share