ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ସହିଦନଗରସ୍ଥିତ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବହୁତଳ କାର ପାର୍କିଂ ଆରମ୍ଭ ହୋଇଛି। ଏହି ଭୂତଳରେ ୨ଟି ଓ ଉପର ମହଲାରେ ୩ଟି ମୋଟ୍ ୫ଟି ଫ୍ଲୋରରେ ଯାନବାହନ ପାର୍କିଂ କରିବାର ସୁବିଧା ରହିଛି। ୧୯୬ଟି ୪ ଚକିଆ ଓ ୩୯୮ଟି ମୋଟରସାଇକେଲ ପାର୍କିଂ କରିବାର କ୍ଷମତା ରହିଛି। ମୋଟର ସାଇକେଲ ପାର୍କିଂ ପାଇଁ ଘଣ୍ଟା ପ୍ରତି ୧୦ ଟଙ୍କା ଏବଂ ଚାରିଚକିଆ ଯାନ ପାଇଁ ୪୦ ଟଙ୍କା ଦେବାକୁ ପଡ଼ିବ। ଅଧିକ ସମୟ ପାର୍କିଂ କଲେ ଫି’ ମଧ୍ୟ ସେହି ହିସାବରେ ଦେବାକୁ ପଡ଼ିବ।
ବନାରସର ମଲ୍ଟିପ୍ଲେକ୍ସ ନାମକ ଏକ କମ୍ପାନୀକୁ ୫ ବର୍ଷ ପାଇଁ ଲିଜ୍ ସୂତ୍ରରେ ଦିଆଯାଇଛି। ଏଥିରେ ସିସିଟିଭି ସହିତ ଅଗ୍ନି ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ରହିଛି।