ଟିଏସ୍‌ଏମ୍‌ଏଲ୍‌ ପକ୍ଷରୁ ମଲ୍‌ଟି ମୋଡାଲ୍‌ ପରିବହନ

ଭୁବନେଶ୍ୱର,୧୧।୪: ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ସୋମବାର ଫେରୋ ଆଲଏଜ୍‌ର ପ୍ରଥମ ମଲ୍‌ଟି ମୋଡାଲ୍‌ ପରିବହନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ତା’ର ଲଜିଷ୍ଟିକ୍‌ ସହଯୋଗୀ ୟୁନିଫିଡର ସହଯୋଗରେ ଉକ୍ତ ସେବାର ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାର ଥିବା କମ୍ପାନୀର କାରଖାନାଗୁଡ଼ିକରୁ ଫେରୋ ଆଲଏଜ୍‌କୁ ସଡ଼କ, ରେଳପଥ ଓ ସମୁଦ୍ରପଥ ବ୍ୟବହାର କରି ଭାରତୀୟ ଉପକୂଳ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ପରିବହନ କରିବ। ବିଶେଷ କରି ଓଡ଼ିଶାରେ ଫେରୋ ଆଲଏଜ୍‌ର ଉପକୂଳ ମଲ୍‌ଟି ମୋଡାଲ୍‌ ପରିବହନ ବ୍ୟବସ୍ଥାରେ ଥିବା ଟିଏସ୍‌ଏମ୍‌ଏଲ୍‌ର ଫେରୋ ଆଲଏଜ୍‌ କାରଖାନାରୁ ବିପୁଳ ପରିମାଣରେ ଫେରୋ ଆଲଏଜ୍‌କୁ ପାରାଦୀପ ଇଣ୍ଟରନ୍ୟାଶନାଲ୍‌ କାର୍ଗୋ ଟର୍ମିନାଲ୍‌ (ପିଆଇସିଟି)କୁ ପରିବହନ କରାଯାଇ ତାହାକୁ ଏକ ଜାହାଜରେ ଭାରତୀୟ ଉପକୂଳ ମାଧ୍ୟମରେ ଭି.ଓ. ଚିଦାମ୍ବରନାର ବନ୍ଦର (ପୂର୍ବରୁ ଟୁଟିକୋରିନ ବନ୍ଦର) ଦେଇ ଦୀନଦୟାଲ ବନ୍ଦର (ପୂର୍ବରୁ କାଣ୍ଡ୍‌ଲା ବନ୍ଦର)କୁ ପଠାଯିବ। ଏ ସମ୍ପର୍କରେ ଟିଏସଏମଏଲର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, କମ୍ପାନୀ ଉପକୂଳ ମଲ୍‌ଟି-ମୋଡାଲ୍‌ ପରିବହନ ବ୍ୟବସ୍ଥାକୁ ଆପଣାଇବା ସହ ଲୋୟର କାର୍ବନ୍‌ ଫୁଟ୍‌ପ୍ରିଣ୍ଟ ପ୍ରତି ତା’ର ପ୍ରତିବଦ୍ଧତାକୁ ଦର୍ଶାଉଛି। ଉଲ୍ଲେଖଯୋଗ୍ୟ ପାରାଦୀପରୁ ଫେରୋ ଆଲଏଜ୍‌ର ଉପକୂଳ ମଲ୍‌ଟି-ମୋଡାଲ୍‌ ପରିବହନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ଅବସରରେ ଟିଏସଏମଏଲର ଏଜିଏମ୍‌-ସପ୍ଲାଏ ଚେନ୍‌ ଅମିତ ଚୌବେ, ଏଡିଏମ୍‌-ସପ୍ଲାଏ ଚେନ୍‌ ସୌମ୍ୟ ବସୁ, ୟୁନିଫିଡରର ପ୍ରବନ୍ଧକ ସତ୍ୟ ଶ୍ରୀନିବାସ ରାଓ, ଜେଏମ୍‌ ବକ୍ସିର ବରିଷ୍ଠ ପ୍ରବନ୍ଧକ ମନଶ୍ରୀ ରଞ୍ଜନ ପଣ୍ଡା, ସିୱେଜ୍‌ ସିପିଂ ଆଣ୍ଡ୍‌ ଲଜିଷ୍ଟିକ୍ସ ଲିମିଟେଡ୍‌ର ଉପସଭାପତି କ୍ୟାପ୍‌ଟେନ୍‌ ଦେବବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri