Categories: ବାଣିଜ୍ୟ

ଏଏମ୍‌ଏନ୍‌ଏସ୍‌ର ମଲ୍ଟି-ସ୍ପେଶିଆଲିଟି ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ୱର,୬।୩: ଆର୍ସେଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ମହାକାଳପଡ଼ା ବ୍ଲକର ୧୧ଟି ଗ୍ରାମରେ ଏକ ମଲ୍ଟି-ସ୍ପେଶିଆଲିଟି ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। କମ୍ପାନୀର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଏହି ଶିବିର ‘ଆରୋଗ୍ୟ’ର ଏକ ଅଂଶ ଭାବେ ଆୟୋଜନ କରାଯାଇଥିଲା। ବିଶେଷକରି କମ୍ପାନୀ କାର୍ଯ୍ୟକ୍ଷେତ୍ର ବା ଅପରେଟିଂ ଅଞ୍ଚଳର ଲୋକମାନଙ୍କୁ ଗୁଣାମତ୍କ ସ୍ବାସ୍ଥ୍ୟସେବା ଓ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଏହି ଶିବିର ଜିଲାର ଖରିନାସୀ ଗ୍ରାମରେ ପ୍ରଥମ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ସ୍ତ୍ରୀରୋଗ,ର୍ମରୋଗ, ଚକ୍ଷୁ , ଶିଶୁ ଏବଂ ଔଷଧ ବିଶେଷଜ୍ଞଙ୍କ ଏକ ଟିମ୍‌ ମାଗଣା ିକିସତ୍ା ଏବଂ ପରାମର୍ଶ ପ୍ରଦାନ କରିଥିଲେ। ଏପରିକି ପ୍ରେସ୍‌କ୍ରିପସନ ଆଧାରରେ ରୋଗୀମାନଙ୍କୁ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଫିସର ଇନ୍‌-ାର୍ଜ ଡ. ନିରଞ୍ଜନ ଷଡ଼ଙ୍ଗୀ, ଖରିନାସୀର ସରପଞ୍ଚ ବନିତା ରାଉତ, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ-ଓଡ଼ିଶା ଅପରେଶନ୍ସ ଫାଇନାନ୍ସ ମୁଖ୍ୟ ସଞ୍ଜୀବ ସିଂ, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ସିଏସ୍‌ଆର୍‌ ମୁଖ୍ୟ ଡ. ବିକାଶ ୟାଦଭେନ୍ଦୁଙ୍କ ସମେତ କମ୍ପାନୀର ଅନ୍ୟ ଅଧିକାରୀ ଓ ଖରିନାସୀ ଗ୍ରାମବାସୀ ଉପସ୍ଥିତ ଥିଲେ।
ଏ ନେଇ ଡ. ୟାଦଭେନ୍ଦୁ କହିଛନ୍ତି, ଆମର ସିଏସ୍‌ଆର୍‌ କାର୍ଯ୍ୟକ୍ରମଗୁଡିକ ଏଭଳି ଡିଜାଇନ କରାଯାଇଛି, ଯାହାଦ୍ୱାରା ସମସ୍ତଙ୍କର ସାମଗ୍ରିକ ବିକାଶ ହୋଇପାରିବ। କେନ୍ଦ୍ରାପଡ଼ା ଖରିନାସୀରେ ଏହି ଶିବିର ପରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ବତିଘର ରାମନଗର ପଞ୍ଚାୟତ ଅଧୀନରେ ଥିବା ଦଶଟି ଗ୍ରାମରେ ସମାନ ମଲ୍ଟି ସ୍ପେଶିଆଲିଟି ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲା। ମୋଟ ୧୬୨୯ସ୍ଥାନୀୟ ବାସିନ୍ଦା ଏହି ଶିବିରଗୁଡିକରୁ ଉପକୃତ ହୋଇଥିଲେ।

Share