ସେୟାର ବଜାର: ୮୭ ପଇସାର ସେୟାର କରିଦେଲା ମାଲାମାଲ, ଏତିକି ବର୍ଷରେ କରିଦେଲା କୋଟିପତି

ନୂଆଦିଲ୍ଲୀ, ୨୧।୧୦: ଗତ କିଛି ଦିନ ହେବ ଭାରତୀୟ ସେୟାର ବଜାର କାରବାର ମାନ୍ଦା ରହିଛି। ଶୁକ୍ରବାର ସେନସେକ୍ସ ୦.୩୫ ପ୍ରତିଶତ ହ୍ରାସ ପାଇଁ ୬୫,୩୯୭ରେ ରହିଛି ଏବଂ ନିଫ୍ଟି ୧୯,୫୦୦ ରେ ବନ୍ଦ ରହିଛି। ତେବେ ଏହାରି ମଧ୍ୟରେ କିଛି ସେୟାର ନିବେଶକମାନଙ୍କୁ ଭଲ ରିଟର୍ନ ଦେଇଛି। ସେହିପରି ଲମ୍ବା ସମୟରେ କିଛି ସେୟାର ଯାହା କଟୀପତିଙ୍କୁ ମାଲାମାଲ କରି ଦେଇଛନ୍ତି।

ଏଭଳି ଏକ ସେୟାର ହେଉଛି ନିର୍ମାଣ କ୍ଷେତ୍ରରେ ଥିବା ଏନସିସି ଅଟନ୍ତି। ନାଗାର୍ଜୁନ ଲିମିଟେଡ଼ ସେୟାର ଏଜ ବର୍ଷ ସମୟରେ ୧୧୬ ପ୍ରତିଶତରୁ ଅଧିକ ରିଟର୍ନ ଦେବ। ସେହିପରି ୬ ମାସ ସମୟରେ ସେୟାର ୩୬.୫୬ ରିଟର୍ନ ଦେଇଥିଲା।

ଏନସିସିର ସେୟାର ୫ ଅକ୍ଟୋବର ୨୦୦୧ରେ ମାତ୍ର ୮୭ ପଇସାରେ ମିଳୁଥିଲା ଏବଂ ଆଜି ଏହାର ସେୟାର ମୂଲ୍ୟ ୧୫୫ ଟଙ୍କା ରେ କାରବାର ହେଉଛି। ପ୍ରାୟ ୨୨ ବର୍ଷର ସମୟରେ ଏହି ସେୟାର ଏହାର ନିବେଶକଙ୍କୁ କୋଟିପତି କରିଛି। ଶୁକ୍ରବାରକୁ ଏହାର ସେୟାର ମୂଲ୍ୟ ୨.୩୬ ପ୍ରତିଶତ ହ୍ରାସ ପାଇ ୧୫୫ ଟଙ୍କାରେ ପ୍ରତି ସେୟାର କାରବାର ଚାଲିଛି। ସେହିପରି ଗତ ଏକ ସପ୍ତାହ ମଧ୍ୟରେ ଏହାର ସେୟାର ମୂଲ୍ୟ ୭ ପ୍ରତିଶତ ହ୍ରାସ ପାଇଛି। ତେବେ ୨୦ ବର୍ଷ ମଧ୍ୟରେ ଏହି ସେୟାର ସର୍ବାଧିକ ୨,୭୪୪ ପ୍ରତିଶତ ରିଟର୍ନ ଦେଇଛି।

ତେବେ ଏନସିସି କମ୍ପାନୀରେ ଯଦି କେହି ଏକ ବର୍ଷ ପୂର୍ବରୁ ୧ ଲକ୍ଷ ଟଙ୍କା ନିବେଶ କରିଥାନ୍ତେ ତେବେ ଆଜି ସେହି ଟଙ୍କା ୨ ଲକ୍ଷ ୧୬ ହଜାର ଟଙ୍କା ହୋଇଥାନ୍ତା। ସେହିପରି ଯଦି କେହି ମାସ ତଳେ ୧ ଲକ୍ଷ ଟଙ୍କା ନିବେଶ କରିଥାନ୍ତେ ତେବେ ଏହା ଆଜିର ସମୟରେ ୧.୩୬ ଲକ୍ଷ ଟଙ୍କା ହୋଇଥାନ୍ତା। ତେବେ ଯଦି ଜଣେ ୨୦ ବର୍ଷ ପୂର୍ବରୁ ୧ ଲକ୍ଷ ଟଙ୍କା ନିବେଶ କରିଥାନ୍ତେ ତେବେ ବର୍ତ୍ତମାନ ତାଙ୍କର ସେହି ଟଙ୍କା ୨୮ ଲକ୍ଷ ଟଙ୍କା ହୋଇଥାନ୍ତା।

Share