କାବୁଲରେ ଏକାଧିକ ବିସ୍ଫୋରଣ: ବହୁ ଦୂରକୁ ଶୁଭିଥିଲା ଶବ୍ଦ

କାବୁଲ,୪ା୧: ବୁଧବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକାଧିକ ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଜୋର୍‌ରେ ଥିଲା ଯେ ଏହା ବହୁ ଦୂରକୁ ଶୁଣା ଯାଇଥିଲା। ତେବେ ବିସ୍ଫୋରଣ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏଥିସହ ଏଥିରେ ଆହତଙ୍କ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇ ନାହିଁ। କାବୁଲର ସୁରକ୍ଷା ଅଧିକାରୀ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ମଧ୍ୟ ଦେଇନାହାନ୍ତି।

ତାଲିବାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ୍‌ ନାଫି ତକୁର କହିଛନ୍ତି, ଏହି ବିସ୍ଫୋରଣ କାବୁଲର ସାମରିକ ବିମାନବନ୍ଦରର ମୁଖ୍ୟ ଫାଟକ ନିକଟରେ ହୋଇଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି।

Share