ୱାଶିଂଟନ,୨୮ ।୬: ଆମେରିକାର ମିସୌରିରେ ଏକ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ମିସୌରିରେ ଏକ ଟ୍ରେନ୍ ଲାଇନଚ୍ୟୁତ ହେବାରୁ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୫୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି । ଏହି ଘଟଣାରେ ଚାଳକ ଦଳର ପାଖାପାଖି ୧୨ ଜଣ ସଦସ୍ୟ ଆହତ ହୋଇଥିବା କୁହାଯାଉଛି । ଏମଟ୍ରେକ୍ ମିଡିଆ ସେଣ୍ଟରର ସୂଚନା ଅନୁଯାୟୀ, ଟ୍ରେନ୍ଟି ଏକ ଟ୍ରକ ସହ ଧକ୍କା ହେବା ଫଳରେ ୮ଟି କାର୍ ଓ ୨ଟି ଲୋକୋମୋଟିଭ ଲାଇନଚ୍ୟୁତ ହୋଇଥିଲା । ଟ୍ରକଟି ମେଂଡନ, ମିସୌରି ନିକଟରେ ଏକ ସାର୍ବଜନିକ କ୍ରସିଂରେ ଠିଆ ହୋଇଥିବା ବେଳେ ଦୁର୍ଘଟଣା ହୋଇଛି ।