Posted inଖେଳ

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ବୁଧବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ଦିବସରେ ୫ ନୂଆ ମିଟ୍‌ ରେକର୍ଡ ସୃଷ୍ଟି ହୋଇଛି। ରାଜ୍ୟର ୩୦ ଜିଲାରୁ ୯୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ ଏଥିରେ ଅଂଶଗ୍ରହଣ କରିଛନ୍ତି। ୩ ଦିନ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୨୬୮ ମହିଳା ପ୍ରତିଯୋଗୀ ଭାଗ ନେଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶା-ରିଲାଏନ୍ସ ଫାେଉଣ୍ଡଶନ ଆଥଲେଟିକ୍ସ ହାଇ-ପରଫର୍ମାନ୍ସ ସେଣ୍ଟର ଏବଂ କ୍ରୀଡ଼ା ଛାତ୍ରାବାସରେ ଟ୍ରେନିଂ ନେଉଛନ୍ତି। ଓଡ଼ିଶା ପୋଲିସ, ପୋଷ୍ଟାଲ, ବିଏସ୍‌ଏନ୍‌ଏଲ୍‌ ଓ କିଟ୍‌ ବିଶ୍ୱବିଦ୍ୟାଳୟରୁ ଆଥଲେଟ୍‌ମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିବସରେ ଆଥଲେଟ୍‌ମାନେ ୪୦ରୁ ଅଧିକ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଭାଗ୍ୟ ପରୀକ୍ଷା କରିଛନ୍ତି।

ପ୍ରଥମ ଦିବସରେ ମୟୂରଭଞ୍ଜର ପ୍ରଦୀପ ମହନ୍ତ ୨୦ ବର୍ଷରୁ କମ୍‌ ବାଳକ ୫୦୦୦ ମିଟରରେ ୧୪:୫୬.୯୪ ସେକେଣ୍ଡ ସମୟ ନେଇ ନୂଆ ମିଟ୍‌ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେହିପରି କଟକର ନିଖିଲ ଦାସ ୨୩ ବର୍ଷରୁ କମ୍‌ ବାଳକ ହାଇଜମ୍ପରେ ୨.୦୧ ମିଟର, କଟକର ଚିରଞ୍ଜୀବ ସିଂ ୨୩ ବର୍ଷରୁ କମ୍‌ ବାଳକ ଶଟ୍‌ପୁଟ୍‌ରେ ୧୩.୯୧ ମିଟର, କିଟ୍‌ର ପି. ଅର୍ପିତା ଅର୍ଚନା ସାହୁ ୨୦ ବର୍ଷରୁ କମ୍‌ ବାଳିକା ଜାଭେଲିନ୍‌ ଥ୍ରୋରେ ୪୨.୯୮ ମିଟର ଏବଂ ସୁନ୍ଦରଗଡ଼ର ଧନମତି ଖେସ୍‌ ୨୩ ବର୍ଷରୁ କମ୍‌ ବାଳିକା ଜାଭେଲିନ୍‌ ଥ୍ରୋରେ ୪୧.୬୭ ମିଟର ଥ୍ରୋ କରି ନୂଆ ମିଟ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ୨୩ ବର୍ଷରୁ କମ୍‌ ୫୦୦୦ ମିଟର ରେସ୍‌ରେ ଦୀପ୍ତିରାଣୀ ସାହୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଆଂଶିକା ରାଉତରାୟ ୨୦ ବର୍ଷରୁ କମ୍‌ ବାଳିକା ଶଟ୍‌ପୁଟ୍‌ରେ ୧୧.୩୦ ମିଟର ଥ୍ରୋ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବଲାଙ୍ଗୀରର ଶ୍ରଦ୍ଧାଞ୍ଜଳି ମିଶ୍ର ରୌପ୍ୟ ଓ ଜଗତ୍‌ସିଂହପୁରର ଜ୍ୟୋତ୍ସ୍ନା ସାହୁ ବ୍ରୋଞ୍ଜ ପଦକ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍‌ ହେଲେ ପଣ୍ଟିଂ

ନୂଆଦିଲ୍ଲୀ,୧୮ା୯: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ...

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର: ଦେଖନ୍ତୁ ଟ୍ରେଲର୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ...

ତେଜସ୍ବୀଙ୍କ ଅଧିନାୟିକତ୍ୱରେ ଖେଳିଛନ୍ତି ବିରାଟ କୋହଲି, ଓଡ଼ିଶା ବିପକ୍ଷରେ…ଜାଣନ୍ତୁ

ନୂଆଦିଲ୍ଲୀ,୧୮।୯: ଭାରତୀୟ ରାଜନେତା ତେଜସ୍ବୀ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି , ଟିମ ଇଣ୍ଡିଆର ବର୍ତ୍ତମାନର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri