ଆରମ୍ଭ ହୋଇପାରିଲାନି ଏକାଧିକ ପ୍ରକଳ୍ପ

ଭୁବନେଶ୍ୱର,୧୦।୬ (ବନ୍ଦନା ସେଠୀ): ୨୦୧୫ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ‘୧୦୦ ସ୍ମାର୍ଟିସିଟି ମିଶନ୍‌’ ଆରମ୍ଭ ହୋଇଥିଲା। ଏହା ଅନ୍ତର୍ଗତ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଭୁବନେଶ୍ୱର ଏବଂ ରାଉରକେଲାର ବ୍ୟାପକ ଉନ୍ନତି କରାଯିବା ସହ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ୨୦୨୩ ମାର୍ଚ୍ଚ ସୁଦ୍ଧା ସ୍ମାର୍ଟସିଟି ପ୍ରକଳ୍ପ ସରିବା ନେଇ ପ୍ରଥମେ ଧାର୍ଯ୍ୟ ହୋଇଥିବାବେଳେ ପରେ ଏହାକୁ ୧ବର୍ଷ ଅର୍ଥାତ୍‌ ୨୦୨୪ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ୨୦୨୩ ମେ’ ୧ରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଚିଫ୍‌ ସେକ୍ରେଟାରି, ପ୍ରିନ୍ସିପାଲ ସେକ୍ରେଟାରି (ଅର୍ବାନ ଡେଭଲପ୍‌ମେଣ୍ଟ) ଏବଂ ୧୦୦ଟି ସ୍ମାର୍ଟସିଟିର ସିଇଓଙ୍କୁ ଚିଠି କରାଯାଇଥିଲା। ଏହି ୧ବର୍ଷ ମଧ୍ୟରେ କୌଣସି ଅତିରିକ୍ତ ମୂଲ୍ୟ ବିନା ପୂର୍ବରୁ ଅନୁମୋଦିତ ଆର୍ଥିକ ଆବଣ୍ଟନ ମଧ୍ୟରେ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି। ଯେଉଁସବୁ ପ୍ରକଳ୍ପ ଚାଲୁ ରହିଛି ବା ହେବାକୁ ବାକି ଅଛି, ଏହି ସମୟ ମଧ୍ୟରେ ସେ ସବୁକୁ ସାରିବାକୁ ଚିଠିରେ ଉଲ୍ଲେଖ ରହିଥିଲା। କେତେକ ସହରରେ ନିର୍ଦ୍ଧାରିତ ସମୟରେ କାମ ବା ପ୍ରକଳ୍ପ ସରି ନ ଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ସ୍ମାର୍ଟସିଟି ମିଶନର ନିର୍ଦ୍ଦେଶକ କୁନାଲ କୁମାର କହିଥିଲେ। ତେବେ ଏହି ବର୍ଷକ ମଧ୍ୟରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ବାକି ପଡିଥିବା ପ୍ରକଳ୍ପ ସରିପାରି ନାହିଁ। ସହରରେ ମୋ ବସ୍‌, ମୋ ସାଇକେଲ, ଭୁବନେଶ୍ବରର ସବୁ ସ୍ଥାନରେ ୱାଇଫାଇ ସୁବିଧା, ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା, ମଲ୍ଟିଲେଭଲ୍‌ କାର ପାର୍କିଂ ଷିଷ୍ଟମ, ସ୍ମାର୍ଟ ଜନପଥ, ସ୍ମାର୍ଟ କିଓସ୍କ, ଲେକ୍‌ ନ୍ୟୁଟ୍ରାଲ୍‌, ସୋସିଆଲ ଇକ୍ୱିଟି ସେଣ୍ଟର (ପ୍ରୋଜେକ୍ଟ କୁଟୁମ୍ବ୍‌) ଭଳି ମୋଟ୍‌ ୩୫ଟି ପ୍ରକଳ୍ପ କରିବାକୁ ବିଏସ୍‌ସିଏଲ୍‌ ଦାୟିତ୍ୱ ନେଇଥିଲା। ଆଉ କିଛିଦିନ ମଧ୍ୟରେ ସ୍ମାର୍ଟସିଟିର ପ୍ରକଳ୍ପ ଅବଧି ସରିବାକୁ ଥିବାବେଳେ ୮ବର୍ଷ ମଧ୍ୟରେ ନିର୍ଦ୍ଧାରିତ ପ୍ରକଳ୍ପ ମଧ୍ୟରୁ ମାତ୍ର ୨୮ଟି ପ୍ରକଳ୍ପ ଉପରେ ସ୍ମାର୍ଟସିଟି କାର୍ଯ୍ୟ କରିଛି। ସେଥିମଧ୍ୟରୁ ୨୬ଟି ପ୍ରକଳ୍ପ ସମ୍ପର୍କରେ ବିଏସ୍‌ସିଏଲ୍‌ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ ଥିବାବେଳେ ସେଥିରୁ ଏକାଧିକ ପ୍ରକଳ୍ପ ନେଇ ଇଟା ଖଣ୍ଡିଏ ମଧ୍ୟ ପଡିନାହିଁ। ଏବେ ପ୍ରୋଜେକ୍ଟ କୁଟୁମ୍ବ ସମ୍ପୂର୍ଣ୍ଣ ହୋଇପାରି ନ ଥିବାବେଳେ ସତ୍ୟନଗର ଅନ୍ତର୍ଗତ ଡ୍ରେନ୍‌ ନଂ. ୧୦ରେ ହେବାକୁ ଥିବା ଲେକ୍‌ ନ୍ୟୁଟ୍ରାଲ୍‌ ଆଗକୁ ବଢି ପାରୁନି। ସେହିପରି ପ୍ରୋଜେକ୍ଟ ସମ୍ମାନ, ରେଲଓ୍ବେ ଷ୍ଟେଶନ ମଲ୍ଟିମୋଡାଲ ହବ୍‌, ମ୍ୟୁଜିୟମ୍‌ ଅଫ୍‌ ଅର୍ବାନ ହିଷ୍ଟ୍ରି ଭଳି କେତେକ ପ୍ରକଳ୍ପ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି।
ନିଆଯାଇଥିବା ୨୮ଟି ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱର ଡଟ୍‌ ମି ଜରିଆରେ ଦିନକୁ ୫୦ ଏମ୍‌ବି ମାଗଣା ୱାଇଫାଇ ସେବା ମିଳିବ ବୋଲି କୁହାଯାଇଥିଲା। ମାତ୍ର କିଛିଦିନ ପରେ ଏହା ବନ୍ଦ ହୋଇଯାଇଛି। ସେହିପରି ସହରବାସୀଙ୍କୁ ସ୍ମାର୍ଟ ସେବା ପ୍ରଦାନ କରିବା ପାଇଁ ୫କୋଟି ଟଙ୍କା ବିନିମୟରେ ସହରର ବିଭିନ୍ନ ସ୍ଥାନରେ ସ୍ମାର୍ଟ କିଓସ୍କ ସ୍ଥାପନ କରାଯାଇଥିଲା। ଟ୍ରେଡ୍‌ ଲାଇସେନ୍ସ ଆବେଦନ, ଅଭିଯୋଗ ପଞ୍ଜୀକରଣ, ଜନ୍ମମୃତ୍ୟୁ ଓ ବିବାହ ପ୍ରମାଣପତ୍ର ପାଇଁ ଆବେଦନ ସହ ପାଣି, ଫୋନ ଓ ବିଦ୍ୟୁତ୍‌ ବିଲ ପଇଠ, କମନ ପେମେଣ୍ଟ କାର୍ଡ ରିଚାର୍ଜ, ମୋ’ ବସ ଟିକେଟ କିଣିବା, ପ୍ରିଣ୍ଟ ଆଉଟ କାଢିବା, ମୋବାଇଲ ଚାର୍ଜ ଓ ରିଚାର୍ଜ କରିବା ଭଳି ବିଭିନ୍ନ ପ୍ରକାରର ସେବା ହାତପାଆନ୍ତାରେ ଯୋଗାଇଦେବାକୁ ସ୍ମାର୍ଟ ସିଟି ସ୍ବପ୍ନ ଦେଖାଇଥିଲା। ୫୦୦ କୋଟି ଟଙ୍କାର ‘ସ୍ମାର୍ଟ ସଲ୍ୟୁଶନ ପ୍ରକଳ୍ପ’ ଅଧୀନରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ୭୫ଟି କିଓସ୍କ (୫୦ଟି ଇନ୍‌ଡୋର୍‌ ଓ ୨୫ଟି ଆଉଟ୍‌ଡୋର୍‌) କାର୍ଯ୍ୟକ୍ଷମ କରିବାକୁ ଯୋଜନା ଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ସେହିପରି ଅନେକ କିଓସ୍କ ଏବେ ଅଚଳ ହୋଇପଡିଛି। ଅପରପକ୍ଷେ ପରିବେଶ ସୁରକ୍ଷା ସହ ସାଇକେଲର ଆଦର ବଢାଇବାକୁ ବିଏସ୍‌ସିଏଲ୍‌ ମୋ’ ସାଇକେଲ ଯୋଜନା କରିଥିଲା। ଗୋଟିଏ ସାଇକେଲ୍‌କୁ ୨୫ହଜାର ଟଙ୍କା ହିସାବରେ ୨୦୦୦ ସାଇକେଲ କିଣିବାରେ ୫କୋଟି ଟଙ୍କା ଖର୍ଚ୍ଚ କରିଥିଲା। ମାତ୍ର ଏହାର ଜନାଦୃତ ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ମୋ ସାଇକେଲଗୁଡିକ ମଧ୍ୟରୁ ଅଧିକ ଅଚଳାବସ୍ଥାରେ ପଡି ରହିଛି। ସହରର ରାଜମହଲ ଛକ ଏବଂ ଶହୀଦନଗରଠାରେ ୨ଟି ମଲ୍ଟିଲେଭଲ କାର ପାର୍କିଂ ନିର୍ମଣ କରାଯାଇଛି। ମାତ୍ର ଏଠାରେ ଅଧିକ ପାର୍କିଂ ଫି’ ନିଆଯାଉଥିବା ଅଭିଯୋଗ କରି ଅଧିକାଂଶ ଲୋକ ରାସ୍ତା କଡ଼ କିମ୍ବା ଦୋକାନ ଆଗରେ ଗାଡ଼ି ପାର୍କିଂ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri