Categories: ଜାତୀୟ

ମୁମ୍ବାଇରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଦିଆଯାଇପାରିବ ନାହିଁ ଟିକା

ମୁମ୍ବାଇ,୨୯।୪: ମେ ୧ରୁ ତୃତୀୟ ପର୍ଯ୍ୟାୟ ତଥା ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଅଭିଯାନ ଆରମ୍ଭ ହେବ। ଏନେଇ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ହେଲେ ବର୍ତ୍ତମାନ ଟିକାର ଅଭାବ ଦେଖାଦେଇଛି। ଟିକାର ଅଭାବ ଯୋଗୁ ଆସନ୍ତା ୧ ତାରିଖରୁ ମୁମ୍ବାଇରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାର ସମ୍ଭାବନା କମ୍‌ ରହିଛି। ଏନେଇ ମୁମ୍ବାଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ଅତିରିକ୍ତ କମିଶନର ଅଶ୍ୱିନୀ ଭିଣ୍ଡେ କହିଛନ୍ତି, ମୁମ୍ବାଇରେ ପର୍ଯ୍ୟାପ୍ତ ପରିମାଣର ଟିକା ଆସିବା ପରେ ୧୮ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ କରାଯିବ। ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଲେ ବରିଷ୍ଠ ନାଗରିକଙ୍କୁ ଡୋଜ ଦେବାରେ କୌଣସି ଅବହେଳା କରାଯିବ ନାହିଁ। ଟିକା ଆସିବା ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିନ୍ତୁ ବୋଲି ସେ ନିବେଦନ କରିଛନ୍ତି।

Share