Categories: ଜାତୀୟ

‘ବିପର୍ଯ୍ୟୟ’ଯୋଗୁ ବିଗିଡିଲା ପାଗ, ବିମାନ ଉଡାଣ ବିଳମ୍ବ ଯୋଗୁ ମୁମ୍ବାଇ ଏୟାରପୋର୍ଟରେ ବିଶୃଙ୍ଖଳା

ମୁମ୍ବାଇ,୧୨।୬: ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ପାଇଁ ବଦଳିଯାଇଛି ମୁମ୍ବାଇର ପାଣିପାଗ। ଏଥିପାଇଁ ରବିବାର ରାତିରେ ଅନେକ ବିମାନରେ ବିଳମ୍ବ ହେତୁ ବିମାନବନ୍ଦରରେ ବିଶୃଙ୍ଖଳା ହୋଇଥିଲା। ବିମାନ ଉଡ଼ାଣରେ ବିଳମ୍ବ ହେତୁ ଯାତ୍ରୀମାନଙ୍କୁ ଅନେକ ଘଣ୍ଟା ଅପେକ୍ଷା କରିବାକୁ ପଡିଲା ଏବଂ ବିମାନବନ୍ଦରରେ ବହୁତ ଭିଡ ଜମିଥିଲା। ବାସ୍ତବରେ ଖରାପ ପାଗ ଯୋଗୁଁ ମୁମ୍ବାଇ ବିମାନ ବନ୍ଦରର ମୁଖ୍ୟ ରନୱେ ବନ୍ଦ ହୋଇଯାଇଥିଲା, ଯେଉଁଥିପାଇଁ ବିମାନଗୁଡ଼ିକ ବିଳମ୍ବ ହୋଇଥିଲା।
ସୂଚନାଯୋଗ୍ୟ, ସୋମବାର ମୁମ୍ବାଇରେ ପ୍ରବଳ ବର୍ଷା ଓ ଝଡ଼ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ବାସ୍ତବରେ, ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ବିପଜ୍ଜନକ ହୋଇପଡିଛି ଏବଂ ଜୁନ ୧୫ରେ ଏହା ପଶ୍ଚିମ ଉପକୂଳରେ ପହଞ୍ଚିପାରେ। ବିପର୍ଯ୍ୟୟ କାରଣରୁ ମୁମ୍ବାଇର ପାଗ ଖରାପ ହୋଇଛି। ବିମାନ ବିଳମ୍ବ ହେତୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏୟାର ଇଣ୍ଡିଆ ମଧ୍ୟ ଏକ ବିବୃତ୍ତି ଜାରି କରି କହିଛି ଯେ ଖରାପ ପାଗ ଯୋଗୁଁ ସେମାନଙ୍କର କିଛି ବିମାନ ବିଳମ୍ବ ହୋଇଛି।

Share