Categories: ଜାତୀୟ

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜଙ୍କ ସାଥିଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୭ ।୧୧: ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା କଥା ବାରମ୍ବାର ମିଛ କହି ଆସୁଥିବା ବେଳେ ଏବେ ଏହାର ଆଉ ଏକ ପ୍ରମାଣ ମିଳିଛି । ଏଥିରୁ ସ୍ପଷ୍ଟ ହେଉଛି କି ପାକିସ୍ତାନ ଅସଲରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ଓ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛି । ସୂଚନାଯୋଗ୍ୟ, ଲାହୋର ହାଇକୋର୍ଟ ଆତଙ୍କବାଦୀ ହାଫିଜ ସୟିଦଙ୍କ ସାଥୀମାନଙ୍କୁ ମୁକ୍ତ କରି ଦେଇଛି । ଏମାନଙ୍କ ନାଁରେ ଅଭିଯୋଗ ଥିଲା କି ଏମାନେ ଆତଙ୍କବାଦୀଙ୍କୁ ଫଣ୍ଡିଂ କରୁଥିଲେ । ଅର୍ଥାତ୍ ଏମାନେ ସମସ୍ତଙ୍କ ଉପରୁ ଟେରର ଫଣ୍ଡିଂ ମାମଲାକୁ ହଟାଇ ଦିଆଯାଇଛି । ଏହାଦ୍ୱାରା ପୁଣିଥରେ ସାରା ବିଶ୍ୱ ସାମ୍ନାରେ ପାକିସ୍ତାନ ସରକାରଙ୍କ ମିଛ ଧରାପଡିଛି । ସୂଚନାଯୋଗ୍ୟ, ଆତଙ୍କବାଦୀ ହାଫିଜ ସୟିଦ ଜମାତ-ଉଦ-ଦାୱା ନାମକ ସଙ୍ଗଠନ ଚଳାଉଥିବା ବେଳେ ଏବେ ଏହା ଲସ୍କର-ଇ-ତେଏବା ନାମରେ ଜଣାଶୁଣା । ୨୦୦୮ରେ ମୁମ୍ବାଇରେ ଯେଉଁ ଆକ୍ରମଣ ହୋଇଥିଲା ସମସ୍ତ ଆକ୍ରମଣ ଲସ୍କର ଦ୍ୱାରା କରାଯାଇଥିଲା । ଏଥିରେ ୧୭୦ ଲୋକଙ୍କ ଜୀବନ ଯାଇଥିଲା ।

Share