ଆତଙ୍କବାଦୀ ହାଫିଜ ସୟିଦଙ୍କ ଦ୍ୱାରା ପ୍ରତିଷ୍ଠିତ ପିଏମ୍‌ଏମ୍‌ଏଲ୍‌ ପାକିସ୍ତାନରେ ଲଢ଼ିବ ନିର୍ବାଚନ

ଇସ୍‌ଲାମାବାଦ୨୬ା୧୨: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ହାଫିଜ ସୟିଦଙ୍କ ଦ୍ୱାରା ପ୍ରତିଷ୍ଠିତ ପାକିସ୍ତାନ ମର୍କାଜି ମୁସ୍‌ଲିମ୍‌ ଲିଗ୍‌ (ପିଏମ୍‌ଏମ୍‌ଏଲ୍‌) ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବାକୁ ଯାଉଛି। ଏହି ଦଳର ନିର୍ବାଚନୀ ଚିହ୍ନ ଚେୟାର ରହିଛି। ଫେବୃୟାରୀ ୮ରେ ପାକିସ୍ତାନରେ ହେବାକୁ ଥିବା ନିର୍ବାଚନରେ ପ୍ରତି ଆସନରେ ଦଳ ପ୍ରାର୍ଥୀ ଦେବ।

ହାଫିଜଙ୍କ ପୁଅ ତଲହା ସୟିଦ ଲାହୋର ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ହାଫିଜ୍‌ଙ୍କ ଜମାତ ଉଦ୍‌-ଦାଓ୍ବା (ଜେୟୁଡି) ଆତଙ୍କବାଦୀ ସଂଗଠନ ହେଉଛି ଲଶ୍ମର-ଇ-ତୋଇବାର ଛାମୁଆ ଗୋଷ୍ଠୀ। ୨୦୦୮ରେ ଉକ୍ତ ସଂଗଠନ ମୁମ୍ବାଇରେ ଆକ୍ରମଣ କରାଇଥିଲା।

Share