Categories: ଜାତୀୟ

ଗଞ୍ଜେଇରେ ପ୍ରସ୍ତୁତ ହେଉଥିଲା କେକ୍‌

ମୁମ୍ବାଇ,୧୩।୬: ମୁମ୍ବାଇର ଏକ କେକ୍‌ ବେକିଂ ବେକେରୀରେ ପ୍ରସ୍ତୁତ ହେଉଥିଲା ଗଞ୍ଜେଇ ମିଶ୍ରିତ କେକ୍‌। ଖବର ପାଇ ଶନିବାର ରାତିରେ ଚଢ଼ାଉ କରିଥିଲା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)। ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି।

ଯୁବ ପୀଢ଼ି ଏବେ ବ୍ରାଉନି ଓ୍ବିଡ୍‌ କେକ୍‌ ମାଧ୍ୟମରେ ଗଞ୍ଜେଇ ସେବନ କରୁଛନ୍ତି, ଯାହାର ଖୋଲାସା କରିଛୁ। କେକ୍‌ରେ ଖାଇବା ଯୋଗ୍ୟ ଗଞ୍ଜେଇ ବ୍ୟବହାର ହେବାର ଏହା ଦେଶରେ ପ୍ରଥମ ଘଟଣା ବୋଲି ଏନ୍‌ସିବି ପକ୍ଷରୁ କୁହାଯାଇଛି। ଚଢ଼ାଉବେଳେ ୮୩୦ ଗ୍ରାମ ଖାଇବା ଯୋଗ୍ୟ ବ୍ରାଉନି ଓ ୧୬୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପଚରାଉଚୁରା ଚାଲିଛି।

Share