Categories: ଜାତୀୟ

ମୁମ୍ବାଇ ବ୍ଲାଷ୍ଟର ଅଭିଯୁକ୍ତ ୟାକୁବ ମେମନଙ୍କ କବରକୁ ନେଇ ବିବାଦ, ଭିଆଇପି ଟ୍ରିଟମେଣ୍ଟକୁ ନେଇ ପ୍ରଶ୍ନ କଲା ଭାଜପା

ନୂଆଦିଲ୍ଲୀ,୮ ।୯: ମୁମ୍ବାଇ ବ୍ଲାଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟାକୁବ ମେମନଙ୍କ କବରକୁ ନେଇ ଉଠିଛି ବିବାଦ । କବରର ସାଜ ସଜାକୁ ନେଇ ଭାରତୀୟ ଜନତା ପାର୍ଟି(ଭଜପା) ପ୍ରଶ୍ନ ଉଠାଇଛି । ଭାଜପା କହିଛି ଜଣେ ଦୋଷୀଙ୍କ କବରକୁ କାହିଁକି ସଜା ଯାଇଛି । ଯେ କି ଶହ ଶହ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ଥିଲେ ତାଙ୍କର କବରକୁ କାହିଁକି ଏତେ ସଜା ଯାଉଛି ।
ଭାଜପା ନେତା ରାମ କଦମ କହିଛନ୍ତି, ଏହି କବର କୌଣସି ପିର ବାବାଙ୍କର ନୁହେଁ ବରଂ ୯୩ ମୁମ୍ବାଇ ବ୍ଲାଷ୍ଟର ଅଭିଯୁକ୍ତ ୟାକୁବ ମେମନଙ୍କର । ଜଣେ ଦୋଷୀଙ୍କ କବରକୁ ଧଳା ମାର୍ବଲ ଲଗାଇ ମଜାର କରି ଦିଆଯାଇଛି । ପ୍ରଶ୍ନ ଉଠୁଛି କି ୯୩ ବ୍ଲାଷ୍ଟର ଦୋଷୀଙ୍କ କବରକୁ ଏତେ ସାଜ ସଜା କାହିଁକି । ସୂଚନାଯୋଗ୍ୟ, ୧୨ ମାର୍ଚ୍ଚ ୧୯୯୩ରେ ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମଙ୍କ ଇସାରାରେ ୟାକୁବ ମୁମ୍ବାଇରେ ସିରିଏଲ ବୋମା ବିସ୍ଫୋରଣ କରିଥିଲେ । ଏଥିରେ ୨୫୭ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଓ ୭୦୦ରୁ ଅଧିକ ଆହତ ହୋଇଥିଲେ ।

Share