Categories: ଜାତୀୟ

ମୁମ୍ବାଇ ବିଲ୍ଡିଂରେ ନିଆଁ: ୭ ମୃତ, ୬୦ ଆହତ

ମୁମ୍ବାଇ,୭ା୧୦: ମୁମ୍ବାଇର ଗୋରେଗାଁଓ ଅଞ୍ଚଳରେ ଥିବା ଏକ ଆବାସିକ ଅଟ୍ଟାଳିକାରେ ଶୁକ୍ରବାର ଭୋର ସମୟରେ ନିଆଁଲାଗି ୨ ଶିଶୁଙ୍କ ସମେତ ୭ ଜଣ ପ୍ରାଣ ହରାଇଥିବାବେଳେ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଉକ୍ତ ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ନ ଥିଲା ବୋଲି ମୁମ୍ବାଇର ଫାୟାର ବ୍ରିଗେଡ୍‌ ମୁଖ୍ୟ କହିଛନ୍ତି। ୭ ମହଲା ବିଶିଷ୍ଟ ବିଲ୍ଡିଂରୁ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି। ମୃତକମାନଙ୍କ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶୋକବ୍ୟକ୍ତ କରିବା ସହ ସେମାନଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଆହତମାନଙ୍କୁ ସରକାରୀ ଖର୍ଚ୍ଚରେ ଚିକିତ୍ସା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଗୋରେଗାଁଓ ଓ୍ବେଷ୍ଟ୍‌ର ଉନ୍ନତ ନଗରଠାରେ ଥବା ‘ଜୟ ଭବାନୀ ଏସ୍‌ଆର୍‌ଏ ବିଲ୍ଡିଂ’ରେ ରାତି ୩ଟାରେ ନିଆଁ ଲାଗିଥିଲା। ନିଆଁରେ ପୋଡ଼ିହୋଇ ଆହତ ୬୮ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା।

Share