Categories: ଜାତୀୟ

ନାଗପୁରରୁ ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌ ୩.୫ ଘଣ୍ଟା ଲାଗିବ

ନାଗପୁର,୧୪।୨: ନାଗପୁରରୁ ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ୍‌ ଚଳାଚଳ ପାଇଁ ଭାରତୀୟ ରେଲଓ୍ବେ ପ୍ରସ୍ତାବ ରଖିଛି। ସମୃଦ୍ଧି ଏକ୍ସପ୍ରେସ୍‌ ପ୍ରସ୍ତୁତ ହୋଇଗଲେ ଏହି ଦୁଇ ସହର ମଧ୍ୟରେ ୭୬୬ କିଲୋମିଟର ଦୂରତା ଅତିକ୍ରମ କରିବାକୁ ମାତ୍ର ୩.୫ ଘଣ୍ଟା ସମୟ ଲାଗିବ। ଏବେ ସାଧାରଣ ଟ୍ରେନ୍‌ରେ ଏହି ଦୂରତା ଅତିକ୍ରମ ଲାଗି ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଛି। ହାଇସ୍ପିଡ୍‌ କନେକ୍ଟିଭିଟି ପ୍ରକଳ୍ପର ଡେଭେଲପମେଣ୍ଟ ପ୍ରୋଜେକ୍ଟ ରିପୋର୍ଟ ଫେବୃୟାରୀ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଡାନ୍‌ଭେ କହିଛନ୍ତି।

Share