ବାମ୍ବୋଲିମ୍ (ଗୋଆ), ୨୫ା୧୧ (ପି.ଟି.)-ବିପଜ୍ଜନକ ଖେଳ ପାଇଁ ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଏଫ୍)ର ଶୃଙ୍ଖଳା କମିଟି ମୁମ୍ବାଇ ସିଟି ଏଫ୍ସି ଖେଳାଳି ଅହମ୍ମଦ ଜାହୋଙ୍କୁ ଚେତାବନୀ ଶୁଣାଇଛି। ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଭବିଷ୍ୟତରେ ଏହି ତ୍ରୁଟି ଦୋହରାଇଲେ ତାଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ହୋଇପାରେ ବୋଲି ମହାସଂଘ କହିଛି। ନର୍ଥଇଷ୍ଟ ୟୁନାଇଟେଡ୍ ଏଫ୍ସି ବିପକ୍ଷ ମ୍ୟାଚର ପ୍ରଥମାର୍ଦ୍ଧ ଖେଳରେ ସେ ଖାସା କାମାରାଙ୍କ ପ୍ରତି ବିପଦ ସୃଷ୍ଟି କରିଥିଲେ। ଘଟଣାର ଭିଡିଓ ଫୁଟେଜ୍ ରିଭ୍ୟୁ ପାଇଁ ଶୃଙ୍ଖଳାକମିଟି ନିକଟକୁ ପଠାଯାଇଥିଲା। ନଭେମ୍ବର ୨୧ରେ ଖେଳାଯାଇଥିବା ଏହି ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ୍ ୧-୦ ଗୋଲରେ ବିଜୟୀ ହୋଇଥିଲା। ମ୍ୟାଚରେ ରେଫରି ଫାଉଲ ପାଇଁ ମରକ୍କୋ ଖେଳାଳି ଜାହୋଙ୍କୁ ରେଡ୍ କାର୍ଡ ଦେଇଥିଲେ। ତାଙ୍କୁ ତୁନ୍ତ ପଡ଼ିଆ ଛାଡ଼ିବାକୁ ହୋଇଥିଲା। ସେ ଆଗକୁ ଗୋଟିଏ ମ୍ୟାଚ ଖେଳିପାରିବେ ନାହିଁ। ବୁଧବାର ମାରଗାଓଠାରେ ଖେଳାଯିବାକୁଥିବା ଏଫ୍ସି ଗୋଆ ବିପକ୍ଷ ମୁମ୍ବାଇ ସିଟି ଏଫ୍ସିର ପରବର୍ତ୍ତି ଗେମ୍ରୁ ଜାହୋ ବଞ୍ଚତ୍ତ ହୋଇଛନ୍ତି।