ଜେଲ ଯିବେ ରାମ ଗୋପାଳ ବର୍ମା!

ମୁମ୍ବାଇ,୬।୩: ଚେକ୍‌ ବାଉନ୍ସ ମାମଲାରେ ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ବଡ଼ ଝଟ୍‌କା ଲାଗିଛି। କୋର୍ଟ ତାଙ୍କର ଜେଲ୍‌ଦଣ୍ଡକୁ କରିବା ଲାଗି ଦାୟର ଯାଚିକାକୁ ଖାରଜ କରିଦେଇଛନ୍ତି। କେବଳ ଏତିକି ନୁହେଁ ନିର୍ଦ୍ଦେଶକଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି କରାଯାଇଛି। ଏହାପୂର୍ବରୁ ତାଙ୍କୁ ଜାନୁଆରୀ ୨୧ରେ କୋର୍ଟ ୩ ମାସର ଜେଲଦଣ୍ଡରେ ଦଣ୍ଡିତ କରିବା ସହ ଜରିମାନା ଲଗାଇଥିଲେ।

କୋର୍ଟରୁ ଜେଲ ଦଣ୍ଡାଦେଶ ପାଇବା ପରେ ରାମ ଗୋପାଲ ବର୍ମା ଉଚ୍ଚକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପରିକି ଦଣ୍ଡ କୋହଳ କରିବାକୁ ଅପିଲ କରିଥିଲେ। ୨୦୧୮ରେ ଏକ କମ୍ପାନୀ ରାମ ଗୋପାଳ ବର୍ମାଙ୍କ ବିରୋଧରେ ଚେକ ବାଉନ୍ସ ମାମଲାରେ ଅଭିଯୋଗ ଦାଖଲ କରିଥିଲା। ଅଭିଯୋଗକାରୀ କମ୍ପାନୀ ପକ୍ଷରୁ ଆଡଭୋକେଟ ରାଜେଶ କୁମାର ପଟେଲ ମାଜିଷ୍ଟ୍ରେଟ କୋର୍ଟରେ କରିଥିବା ଅଭିଯୋଗରେ କହିଥିଲେ ଯେ କମ୍ପାନୀ ଗତ କିଛି ବର୍ଷ ଧରି ରାମ ଗୋପାଳ ବର୍ମାଙ୍କୁ ହାର୍ଡ ଡିସ୍କ ଯୋଗାଇ ଆସୁଛି।

ଅଭିଯୋଗ ଥିଲା ଯେ କମ୍ପାନୀ ଫେବୃଆରୀ ୨୦୧୮ ରୁ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ରାମ ଗୋପାଳ ବର୍ମାଙ୍କ ଫାର୍ମକୁ ହାର୍ଡ ଡିସ୍କ ଯୋଗାଇଥିଲା, ଯାହା ଆଧାରରେ ତାଙ୍କୁ ୨ ଲକ୍ଷ ୩୮ ହଜାର ୨୨୦ ଟଙ୍କା ଦିଆଯିବାର ଥିଲା। ଏହି ମାମଲାରେ ଅଭିଯୁକ୍ତ ରାମ ଗୋପାଳ ବର୍ମା ୧ ଜୁନ ୨୦୧୮ ରେ ଏକ ଚେକ ପ୍ରଦାନ କରିଥିଲେ, କିନ୍ତୁ ପର୍ଯ୍ୟାପ୍ତ ପାଣ୍ଠି ନ ଥିବାରୁ ଏହା ବାଉନ୍ସ ହୋଇଗଲା। ଯେତେବେଳେ ରାମ ଗୋପାଳ ବର୍ମାଙ୍କ ଫାର୍ମକୁ ଏହି ବିଷୟରେ ଜଣାଇଦିଆଗଲା, ସେମାନେ ପୁଣି ଥରେ ଚେକ ପ୍ରଦାନ କରିଥିଲେ, କିନ୍ତୁ ଏହାକୁ ଆଉ ଥରେ ଗ୍ରହଣ କରାଗଲା ନାହିଁ। ଏହା ପରେ, କମ୍ପାନୀ ପକ୍ଷରୁ ରାମ ଗୋପାଳ ବର୍ମାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଷ୍ଣୁମୁଣ୍ଡା ମନୋଜ ନାଏକଙ୍କ ହତ୍ୟା ମାମଲା: ଭୁବନେଶ୍ବରରୁ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୨୨।୪: ବଲାଙ୍ଗୀର ସହର ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି। ମଙ୍ଗଳବାର ବଲାଙ୍ଗୀର ଟାଉନ ଥାନା ଠାରେ...

ସ୍କୁଲ୍‌ ଛୁଟି ଘୋଷଣା କଲେ ଜିଲାପାଳ, ଝାରସୁଗୁଡ଼ାରେ ୪୬ ଟପିଲା ତାତି

ଭୁବନେଶ୍ୱର,୨୨।୪: ଓଡ଼ିଶାରେ ଅସହ୍ୟ ଗରମ ଓ ତାତି ଜନିତ ପରିସ୍ଥିତି ମଧ୍ୟରେ ଝାରସୁଗୁଡ଼ା ଜିଲାରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ଛୁଇଁଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ...

ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା: ସ୍ବାମୀ ଫେରାର

ଲକ୍ଷ୍ମୀପୁର,୨୨।୪: କୋରାପୁଟ ଜିଲା ଦଶମନ୍ତପୁର ଥାନା ନେର୍କାଗୁଡ଼ା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ...

ସରିଲା ବିଶ୍ବଶାନ୍ତି ମହାଯଜ୍ଞ: ମହାଦେବଙ୍କ ପୀଠ ଲୋକାରଣ୍ୟ

ପୁରୁଷୋତ୍ତମପୁର, ୨୨।୪ (ସିମାଞ୍ଚଳ ମିଶ୍ର) ରାଜ୍ୟ ଓ ଦେଶକୁ କଳୁଷିତ ମୁକ୍ତ କରି କିପରି ଶାନ୍ତିପ୍ରତିଷ୍ଠା ହେବ। ଲୋକେ ସୁରକ୍ଷିତ ଭାବେ ବଞ୍ଚିରହିବେ। ସେଥିପାଇଁ ଗଞ୍ଜାମ...

୨୪ରୁ ଦିଆଯିବ ନୂଆ ରାଶନ କାର୍ଡ: ଏଯାବତ୍‌ E-KYC କରିନାହାନ୍ତି…

ଭୁବନେଶ୍ୱର,୪।୨୨ ଆସନ୍ତା ୨୪ ତାରିଖରେ ବଣ୍ଟାଯିବ ନୂଆ ରାଶନ କାର୍ଡ। ପ୍ରଥମ ପର୍ଯ୍ୟାୟ ରାଶନ କାର୍ଡ ପୁରୀରେ ବଣ୍ଟନ କରାଯିବ । ପୁରୀଠାରେ ପଞ୍ଚାୟତିରାଜ ଦିବସ...

ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ

ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି...

ମୋଦିଙ୍କ ଆପ୍ରୁଭାଲ୍‌ ରେଟିଂ ଦେଖି ଇର୍ଷା କରୁଛନ୍ତି ଆମେରିକାର ଉପରାଷ୍ଟ୍ରପତି: କହୁ କହୁ କହିଦେଲେ…

ଜୟପୁର,୨୨।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ରାଜସ୍ଥାନର ଜୟପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ...

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ବେଆଇନ ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image