Categories: ଜାତୀୟ

ଜେଲରେ ଅନୀଲଙ୍କ ବିତିବ ଦୀପାବଳି

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଖମୁଖଙ୍କୁ ମିଳିଲାନି ଆଶ୍ୱସ୍ତି। ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଜାମିନ ଆବେଦନକୁ ଶୁକ୍ରବାର ଖାରଜ କରିଛନ୍ତି। ଫଳରେ ଅନୀଲ ଦୀପାବଳି ଜେଲରେ ବିତାଇବେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ପୂର୍ବତନ ଗୃହମନ୍ତ୍ରୀଙ୍କ ବିରୋଧରେ ରୁଜୁ ହୋଇଥିବା ଏହି ମାମଲାର ତଦନ୍ତ ସିବିଆଇ କରୁଛି। ତେବେ ଗୁରୁବାର କୋର୍ଟ ଦୁର୍ନୀତି ତଥା କାର୍ଯ୍ୟାଳୟର ଅପବ୍ୟବହାର ଅଭିଯୋଗରେ ନ୍ୟାୟିକ ହେପାଜତରେ ଥିବା ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେଶମୁଖଙ୍କ ଜାମିନ ଆବେଦନ ଉପରେ ଶୁକ୍ରବାର ଶୁଣାଣି କରିବେ ବୋଲି କହିଥିଲେ। ଅନ୍ୟପଟେ ଇଡି ଦ୍ୱାରା ଅନିଲ ଦେଶମୁଖଙ୍କ ବିରୋଧରେ ଦାଖଲ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଅକ୍ଟୋବର ୪ତାରିଖରେ ବମ୍ବେ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିସାରିଛି। ଏହା ପରେ ଅନୀଲଙ୍କ ପକ୍ଷରୁ ଏହି ମାମଲାରେ ଜାମିନ ଆବେଦନ କରାଯାଇଥିଲା।

Share