ନୂଆଦିଲ୍ଲୀ,୨୬।୮: ଗତ ମାସରେ ଅର୍ଥାତ୍ ଜୁଲାଇ ୩୧ରେ ରେଲଓ୍ବେ ସୁରକ୍ଷା ବଳ(ଆରପିଏଫ)ର ଜଣେ କନଷ୍ଟେବଳ ଚେତନ ସିଂ ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ୪ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ। ଉକ୍ତ ଅଭିଯୁକ୍ତଙ୍କ ବ୍ରେନ୍ ମ୍ୟାପିଂ ଏବଂ ନାର୍କୋ ଟେଷ୍ଟ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦାବିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ କହିଛନ୍ତି, ‘ଅଭିଯୁକ୍ତ ଏଭଳି ପରୀକ୍ଷା କରିବାକୁ ମନା କରି ଦେଇଛନ୍ତି, ଚୁପ ରହିବା ତାଙ୍କର ମୌଳିକ ଅଧିକାର, ଆମେ ତାଙ୍କୁ ବାଧ୍ୟ କରିପାରିବୁ ନାହିଁ।’
ହତ୍ୟାକାରୀଙ୍କ ପରିବାର ସଦସ୍ୟଙ୍କ ସହମତି ପରେ ଓକିଲ କୋର୍ଟରେ ଆବେଦନ କରିଥିଲେ। ଏଥିରେ କୁହାଯାଇଛି ଯେ ଅଭିଯୁକ୍ତଙ୍କ ନାର୍କୋ ଟେଷ୍ଟ, ବ୍ରେନ ମ୍ୟାପିଂ ଏବଂ ପଲିଗ୍ରାଫ ଟେଷ୍ଟ କରିବାକୁ ଅନୁମତି ଦିଆଯିବା ଉଚିତ କାରଣ ସେହି ବ୍ୟକ୍ତିଙ୍କ ଅପରାଧ ଏକ ଗୁରୁତର ବର୍ଗର ଅଟେ।
Posted inଜାତୀୟ