Categories: ଜାତୀୟ

ଶାହରୁଖଙ୍କ ଡ୍ରାଇଭରଙ୍କୁ ଡାକରା

ମୁମ୍ବାଇ,୯।୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ଡ୍ରାଇଭର ରାଜେଶ ମିଶ୍ରା ଶନିବାର ମୁମ୍ବାଇସ୍ଥିତ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଅଫିସରେ ପହଞ୍ଚିଛନ୍ତି। କ୍ରୁଜ ଡ୍ରଗ୍‌ ମାମଲାରେ ତାଙ୍କୁ ପଚରାଉଚୁରା ପାଇଁ ଏନ୍‌ସିବି ଡକାଇଛି।

ମୁମ୍ବାଇର ଏକ କୋର୍ଟ ଶାହରୁଖଙ୍କ ପୁଅ ଆର୍ୟନଙ୍କ ଜାମିନ ନାମଞ୍ଜୁର କରିବା ପରେ ତାଙ୍କୁ ଆର୍ଥର ରୋଡ୍‌ ପ୍ରିଜନକୁ ପଠାଇ ଦିଆଯିବାର ଦିନକ ପରେ ଘଟଣାରେ ଆସିଛି ଏଭଳି ମୋଡ଼। ଅର୍ୟନଙ୍କ ସହ ଗିରଫ ହୋଇଥିବା ୫ ଜଣଙ୍କୁ ସମାନ ଜେଲ ପଠାଯାଇଥିବା ବେଳେ ମୁନମୁନ ଧାମେଚାଙ୍କ ସମେତ ୨ ଜଣ ମହିଳା ଅଭିଯୁକ୍ତାଙ୍କୁ ବାଇକୁଲା ମହିଳା ଜେଲ ପଠାଯାଇଛି।

Share