Categories: ଜାତୀୟ

ଅଣ୍ଡରୱାର୍ଲଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଭାଇ ଗିରଫ

ମୁମ୍ବାଇ,୨୩।୬: ଅଣ୍ଡରୱାର୍ଲଡ ଡନ୍‌ ଦାଉଦ ଇବ୍ରାହିମଙ୍କ ଭାଇ ଇକ୍‌ବାଲ କାସକରକୁ ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଗିରଫ କରିଛି । ବୁଧବାର ଡ୍ରଗ୍ସ ମାମଲାରେ କାସକରଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ନିକଟରେ ଏନ୍‌ସିବିର ବଡ଼ କାର୍ଯ୍ୟାନୁଷ୍ଠାନ ବେଳେ ପ୍ରାୟ ୨୫ କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିଲା। ଯାହାକୁ ପଞ୍ଜାବର ଲୋକମାନେ କଶ୍ମୀରରୁ ମୁମ୍ବାଇକୁ ବାଇକ ଯୋଗେ ଆଣୁଥିଲେ। ଏହି ମାମଲାର ଅଧିକ ଖୋଳତାଡ କରାଯିିବା ପରେ ଏହା ପଛରେ ଅଣ୍ଡରୱାର୍ଲଡର ହାତ ଥିବା ନେଇ ଜାଣିବାକୁ ପାଇଥିଲା ଏନ୍‌ସିବି। ତେବେ ତଦନ୍ତ ସମୟରେ ଆତଙ୍କବାଦ ପାଣ୍ଠି ଓ ଡ୍ରଗ୍ସ ଚାଲାଣ ପାଇଁ ଅଣ୍ଡରୱାର୍ଲଡର କନେକ୍ସନ ସହ ଜଡିତ ଅନେକ ତଥ୍ୟ ମିଳିଥିଲା। ଏହାକୁ ଭିତ୍ତିକରି ଏନ୍‌ସିବି ମୁମ୍ବାଇର ଅନେକ ସ୍ଥାନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ଏନ୍‌ସିବି ଗିରଫ କରିଛି। ଏନ୍‌ସିବି କାର୍ଯ୍ୟାଳୟକୁ ଇକ୍‌ବାଲଙ୍କୁ ଅଣାଯାଇ ପଚରାଉଚରା କରାଯିବ ବୋଲି ସୂଚନା ରହିଛି।

Share