ମୁମ୍ବାଇ,୧୧।୯: ମାୟା ନଗରୀ ମୁମ୍ବାଇରେ ଶୁକ୍ରବାର ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏନସିଏସଙ୍କ ସୂଚନା ଅନୁଯାୟୀ, ଭୋର ୫ଟା ୩୦ ମଧ୍ୟରେ ଭୂକମ୍ପ ଅନୁଭବ ହେବା ସହ ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୩.୫ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମୁମ୍ବଇର ଉତ୍ତରଦିଗରେ ୯୮ କିଲୋମିଟର ଦୂର ଥିଲା ବୋଲି ଜଣାପଡିଛି। ପୁଣି ସକାଳ ୭ଟା ୬ରେ ମହାରାଷ୍ଟ୍ରର ନାସିକରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ, ଏହାପୂର୍ବରୁ ସେପ୍ଟେମ୍ବର ୫ରେ ମୁମ୍ବାଇରେ ୨.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ସେହି ଭଳି ସେପ୍ଟେମ୍ବର ୪ରେ ମଧ୍ୟ ସେଠାରେ ୨.୮ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।