Categories: ଜାତୀୟ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୩୫୦୦ ଲୋକଙ୍କୁ ସ୍ଥାନାନ୍ତର

ମୁମ୍ବାଇ, ୨୩।୧୦: ଦକ୍ଷିଣ ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ଥିବା ଏକ ସପିଂ ମଲ୍‌ରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ରାତିରେ ମାତ୍ର ଗୋଟିଏ ମହଲାରେ ନିଆଁ ଲାଗିଥିବାବେଳେ ଶୁକ୍ରବାର ସକାଳ ସୁଦ୍ଧା ତାହା ଆଉ ଦୁଇଟି ମହାଲାକୁ ବ୍ୟାପିଯାଇଯାଇଛି। ଏପର୍ଯ୍ୟନ୍ତ ନିଆଁକୁ ଆୟତ କରାଯାଇପାରିନାହିଁ। ନିଆଁ ବ୍ୟାପିଚାଲିଥିବାରୁ ସପିଂ ମଲ ପାଖରେ ଥିବା ଅର୍କିଡ ଏନକ୍ଲେଭ ଆପାର୍ଟମେଣ୍ଟରେ ରହୁଥିବା ପ୍ରାୟ ୩୫୦୦ ଲୋକଙ୍କୁ ଖାଲି କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଶଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏବେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଏନେ କେହି ଆହତ ହୋଇଥିବା ଖବର ସୂଚନା ମିଳିପାରି ନାହିଁ।

Share