ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ ହେଉଛନ୍ତି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇଙ୍କ ସାନ ଭାଇ। ତେବେ ଏହି ମାମଲାରେ ପୋଲିସ ଲରେନ୍ସଙ୍କୁ ମଧ୍ୟ ପଚରାଉଚରା କରିପାରେ। ଏବେ ସେ ଗୁଜରାଟର ସାବରମତି ଜେଲ୍‌ରେ ଅଛନ୍ତି।

ପୋଲିସ ଏହି ମାମଲାରେ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଅଧିନିୟମ(ମକୋକା) ଲଗାଇବା ଉପରେ ବିଚାର କରୁଛି। ତେବେ ଅନମୋଲ ସଲମାନଙ୍କ ଘର ଉପରେ ଗୁଳି ଚଳାଇବା ପଛରେ ରହିଥିବା ସୋସିଆଲ ମିଡିଆରେ କହିଥିଲେ। ଯାଞ୍ଚ ପରେ ତାହା ସତ ବୋଲି ପୋଲିସ୍‌ ଜାଣିବାକୁ ପାଇଥିଲା। ଏଣୁ ତାଙ୍କ ବିରୋଧାରେ ଶୁକ୍ରବାର ଏଲ୍‌ଓସି ଜାରି କରାଯାଇଛି।

Share