Categories: ଜାତୀୟ

ଆଦାନୀ କମ୍ପାନୀର ୬୦୦୦କିଲୋ ଲୁହା ପୋଲ ଚୋରି, ଚୋରିରେ କମ୍ପାନୀର କର୍ମୀ ସଂପୃକ୍ତ

ନୂଆଦିଲ୍ଲୀ,୮।୭: ମୁମ୍ବାଇ ସହରର ପଶ୍ଚିମ ଉପନଗରରେ ଥିବା ଡ୍ରେନ ଉପରେ ଥିବା ପୋଲର ୬୦୦୦କିଲୋଗ୍ରାମ ଲୁହା ଚୋରି ହେବା ଅଭିଯୋଗରେ ମୁମ୍ବାଇ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ବଙ୍ଗୁର ନାଗର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ମାଲାଡ (ପଶ୍ଚିମ) ରେ ୯୦ ଫୁଟ ଲମ୍ବର ଧାତୁ ସଂରଚନାକୁ ୟୁଟିଲିଟି କମ୍ପାନୀ ଆଦାନୀ ଇଲୋକ୍ଟ୍ରନିକ୍ସ ବିଦ୍ୟୁତ କେବୁଲକୁ ବିଛାଇ ରଖିଥିଲା। ପୋଲ ଉପରେ ସ୍ଥାୟୀ ସେତୁ ନିର୍ମାଣ ହେବା ପରେ ଅସ୍ଥାୟୀ ସଂରଚନାକୁ କିଛି ମାସ ପୂର୍ବରୁ ସେହି ଅଞ୍ଚଳର ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଜୁନ ୨୬ ରେ ଏହି ଅସ୍ଥାୟୀ ସଂରଚନା ନିଖୋଜ ଥିବା ଜଣାପଡିବା ନେଇ ଆଦାନୀ କମ୍ପାନୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ପୋଲିସ ଘଟଣାର ତଦeନ୍ତ କରିଥିଲା। ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ଲୁହାର ପୋଲକୁ ଜୁନ ୬ରେ ଦେଖାଯାଇଥିଲା। ଘଟଣାସ୍ଥଳରେ କୌଣସି ସିସିଟିଭି କ୍ୟାମେରା ନ ଥିବାରୁ ପୋଲିସ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି କ୍ୟାମେରାରୁ ଫୁଟେଜ ଦେଖିଥିଲା। ଫୁଟେଜରୁ ଜଣାପଡିଥିଲା କି,ଜୁନ ୧୧ରେ ଅଭିଯୁକ୍ତମାନେ ଏକ ବଡ ଗାଡି ନେଇ ପୋଲ ଆଡକୁ ଯାଇଥିଲେ। ପୋଲ ଭାଙ୍ଗିବା ପାଇଁ ସାଙ୍ଗରେ ଆଣିଥିବା ଗ୍ୟାସ କଟିଙ୍ଗ ମେସିନ ବ୍ୟବହାର କରିଥିଲେ। ସିସିଟିଭି ଫୁଟେଜରୁ ପୋଲିସ ଗାଡି ନମ୍ବରରୁ ଗାଡିଟିକୁ ଚିହ୍ନଟ କରିଛି। ତଦନ୍ତ ବେଳେ ପୋଲ ନିର୍ମାଣ କରିଥିବା କମ୍ପାନୀର ଜଣେ ଲୋକ ସମୃକ୍ତି ଥିବା ଜଣାପଡିଛି। ସେହି ବ୍ୟକ୍ତିଙ୍କ ସମେତ ତାଙ୍କର ୩ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି।

Share