Categories: ଜାତୀୟ

ସମୁଦ୍ର ମଝିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍‌ସିବିର ଚଢାଉ

ମୁମ୍ବାଇ,୩ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜ ଉପରେ ଚଢାଉ କରିଛି । ଏଥିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍‌ସିବି ଚଢାଉ କରି ପ୍ରାୟ ୧୦ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହି ପାର୍ଟି ସମ୍ପର୍କରେ ସୂଚନା ପାଇ ଏନ୍‌ସିବି ଟିମ୍ ଯାତ୍ରୀ ଭାବେ ଉକ୍ତ ଜାହାଜରେ ଯାତ୍ରା କରିଥିଲେ । ତେବେ ମଝି ସମୁଦ୍ରରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ପାର୍ଟି । ଯେଉଁଥିରେ ବହୁ ପରିମାଣରେ ଡ୍ରଗ୍ସ ବ୍ୟବହାର ଦେଖିବାକୁ ମିଳିଥିଲା । ଏହାର ସୁଯୋଗ ନେଇ ଏନ୍‌ସିବି କାମ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ ଜଣେ କଳାକାରଙ୍କ ପୁଅ ଥିବା କୁହାଯାଉଛି । ତେବେ ଗିରଫ ବ୍ୟକ୍ତିଙ୍କ ସମ୍ପର୍କରେ ସବୁ ତଥ୍ୟ ଏନ୍‌ସିବି ଦେଇ ନ ଥିବା ବେଳେ ଏମାନଙ୍କୁ ମୁମ୍ବାଇ ଫେରାଇ ଅଣାଯାଇଛି ବୋଲି ଜଣାପଡିଛି । ରବିବାର ଏମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇରୁ ଗୋଆ ଯାଉଥିବା ଏହି ଜାହାଜରେ ଯାତ୍ରା କରିବା ପାଇଁ ପ୍ରତି ଟିକେଟର ମୂଲ୍ୟ ୮୦ ହଜାର ଟଙ୍କା ଥିବା ବେଳେ କେହି କେହି ୮୨ ହଜାର ଟଙ୍କା ଦେଇ ଟିକେଟ କିଣିଥିଲେ ବି ସେମାନଙ୍କୁ ଯିବାର ସୁଯୋଗ ମିଳି ନ ଥିଲା । କାରଣ ଏଥିରେ ହାତଗଣତି କେତେ ଜଣଙ୍କୁ ଯିବାର ସୁଯୋଗ ମିଳିଥିଲା ।

Share