Categories: ଜାତୀୟ

ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କୁ ହତ୍ୟା

ମୁମ୍ବାଇ,୩୦।୭: ମହାରାଷ୍ଟ୍ରର ପାଲଘର ଜିଲା ଭିରାରସ୍ଥିତ ଏକ ଘରୋଇ ବ୍ୟାଙ୍କର ଜଣେ ମ୍ୟାନେଜରଙ୍କୁ ହତ୍ୟା କରାଯାଇଛି। ଏଥିରେ ଅନ୍ୟ ମହିଳା ଅଫିସର ଆହତ ହୋଇଛନ୍ତି। ଗୁରୁବାର ରାତିରେ ଆଇସିଆଇସିଆଇ ବ୍ୟାଙ୍କ ଭିରାର ପୂର୍ବ ଶାଖାରେ ଏହି ଆକ୍ରମଣ ହୋଇଥିଲା। ସେତେବେଳେ ବ୍ୟାଙ୍କ ମ୍ୟାନେଜର ଓ ତାଙ୍କ ସହକର୍ମୀ ଥିଲେ। ଆକ୍ରମଣ କରିଥିବା ୨ ଜଣଙ୍କ ମଧ୍ୟରୁ ଜଣେ ଉକ୍ତ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଅନିଲ ଦୁବେ ବୋଲି ଜଣାପଡିଛି। ପୋଲିସ ତାଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ବ୍ୟାଙ୍କରେ ପଶି ମ୍ୟାନେଜର ଯୋଗିତା ଭର୍ତକ ଏବଂ କ୍ୟାଶିିୟର ଶ୍ରଦ୍ଧା ଦେବ୍ରୁଖ୍‌କରଙ୍କୁ ଛୁରି ଦେଖାଇ ଟଙ୍କା ଓ ଅଳଙ୍କାର ନେଇ ପଳାଇବାକୁ ଉଦ୍ୟମ କରୁଥିଲେ। ବ୍ୟାଙ୍କ ମ୍ୟାନେଜର ଆଲାର୍ମ ବଜାଇବାରୁ ଅଭିଯୁକ୍ତ ଦ୍ୱୟ ଆକ୍ରମଣ କରିଥିଲେ ବୋଲି ପୋଲିସ କହିଛି। ଦୁବେଙ୍କୁ ସ୍ଥାନୀୟ ଲୋକେ କାବୁ କରିଥିବା ବେଳେ ତାଙ୍କ ସହଯୋଗୀ ଖସି ପଳାଇଥିଲେ।

Share