ବାଙ୍ଗାଲୋର,୧୩।୨: ୧୯ ବର୍ଷରୁ କମ୍ ବିଶ୍ୱକପ୍ ୨୦୨୨ରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିବା ଡଓ୍ବୋଲ୍ଡ ବ୍ରେଭିସ୍ ଓରଫ ‘ବେବି ଏବି’। ଏହି ୧୮ ବର୍ଷୀୟ କ୍ରିକେଟରଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୩ କୋଟି ଟଙ୍କାରେ କିଣିଛି।
ବିଶ୍ୱକପ୍ରେ ପ୍ରଦର୍ଶନ ଲାଗି ବ୍ରେଭିସ୍ଙ୍କୁ ପ୍ଲେୟର ଅଫ୍ ଦ ଟୁର୍ନାମେଣ୍ଟ ଚୟନ କରାଯାଇଥିଲା। ଏହାପରେ ତାଙ୍କୁ ଆଇସିସି ପ୍ଲେୟାର ଅଫ୍ ଦ ମନ୍ଥ ତାଲିକାରେ ସାମିଲ କରିଥିଲା। ସେ ବିଶ୍ୱକପ୍ରେ ୬ ମ୍ୟାଚ୍ର ୬ ପାଳିରେ ୫୦୬ ରନ୍ କରିଥିଲେ। ଏଥିରେ ୨ ଶତକ ଏବଂ ୩ ଅର୍ଦ୍ଧଶତକ ଥିଲା। ଏହାଛଡ଼ା ସେ ୬ ମ୍ୟାଚ୍ରେ ୭ ଉଇକେଟ ମଧ୍ୟ ନେଇଥିଲେ। ଏବେ ସେ ମୁମ୍ବାଇ ପକ୍ଷରୁ ଖେଳିବାକୁ ଯାଉଥିବାରୁ ତାଙ୍କ ବ୍ୟାଟ୍ରୁ ସେହିଭଳି ଇନିଂସକୁ ଆଶା କରାଯାଉଛି।