Categories: ଖେଳ

ବଡ଼ ଘୋଷଣା: ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ

ନୂଆଦିଲ୍ଲୀ,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ଘୋଷଣା କରିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇର ନୂଆ ଅଧିନାୟକ ଭାବେ ଦାୟିତ୍ୱ ମିଳିଛି। ସେ ରୋହିତ ଶର୍ମାଙ୍କ ସ୍ଥାନ ନେବେ।

ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଭାବେ ସଫଳତା ହାସଲ କରିଥିଲେ ହାର୍ଦ୍ଦିକ। ତାଙ୍କ ନେତୃତ୍ୱରେ ଦଳ ଡେବ୍ୟୁ ସିଜନ୍‌ରେ ଟୁର୍ନାମେଣ୍ଟ ଚାମ୍ପିୟାନ ହୋଇଥିଲା। ଏପରିକି ୨୦୨୩ ଆଇପିଏଲ୍‌ ଫାଇନାଲରେ ପ୍ରବେଶ କରିଥିଲା। ଏହାପରଠାରୁ ହାର୍ଦ୍ଦିକ ନିଜର ନେତୃତ୍ୱକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ନିକଟରେ ୨୦୨୪ ସଂସ୍କରଣ ଲାଗି ତାଙ୍କୁ ଗୁଜରାଟରୁ ଟ୍ରେଡ୍‌ କରିଥିଲା ମୁମ୍ବାଇ। ସେବେଠାରୁ ତାଙ୍କୁ ଦଳର ନେତୃତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ମୁମ୍ବାଇର ଆଧିକାରୀକ ଘୋଷଣା ପରେ ଚର୍ଚ୍ଚାରେ ବିରାମ ଲାଗିଛି।

ପ୍ରକାଶ ଯେ, ଦୀର୍ଘ ୧୦ ସିଜନ ଲାଗି ରୋହିତ ମୁମ୍ବାଇ ଅଧିନାୟକ ରହିଥିଲେ। ତାଙ୍କ ନେତୃତ୍ୱରେ ଦଳ ୫ଥର ଆଇପିଏଲ୍‌ ଚାମ୍ପିୟନ ହୋଇଥିଲା।

Share