Categories: ଖେଳ

ଜେରାଲ୍ଡଙ୍କ ଉପରେ ସର୍ବାଧିକ ଟଙ୍କା ଖର୍ଚ୍ଚ କରିଛି ମୁମ୍ବାଇ ଇଣ୍ଡିଆନ୍ସ, ନିଲାମୀରେ କିଣାଗଲା ୮ ଖେଳାଳି, ଜାଣନ୍ତୁ ଦଳରେ କିଏ କିଏ ସାମିଲ

ଦୁବାଇ,୨୦।୧୨: ମୁମ୍ବାଇ ଇଣ୍ଡିଆନ୍ସ ଦଳ ଆଇପିଏଲ୍‌ ୨୦୨୪ ପାଇଁ ହୋଇଥିବା ନିଲାମରେ ଦକ୍ଷିଣ ଆଫ୍ରିକାର ଜେରାଲ୍ଡ କୋଏଟଜିଙ୍କୁ ସବୁଠାରୁ ମହଙ୍ଗା ଖେଳାଳି ଭାବରେ କିଣିଛି। ଏମଆଇ ୫ କୋଟି ଟଙ୍କା ଦେଇ ସେମାନଙ୍କ ଦଳରେ ସାମିଲ କରିଛି। କୋଏଟଜିଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା। ଏହା ବ୍ୟତୀତ ମୁମ୍ବାଇ ଦଳ ଶ୍ରୀଲଙ୍କାର ଦିଲଶାନ ମଦୁଶଙ୍କାଙ୍କୁ ୪.୬୦ କୋଟିରେ କିଣିଛି। ନିକଟରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ମଦୁଶଙ୍କା ତୃତୀୟ ସର୍ବାଧିକ ଉଇକେଟ୍‌ ନେଇଥିଲେ।

ସେହିପରି ଶ୍ରୀଲଙ୍କାର ବୋଲର ନୁୱାନ ତୁଷାରାଙ୍କୁ ୪.୮୦ କୋଟି ଟଙ୍କାରେ କିଣିଛି। ତୁଷାରାଙ୍କ ମୂଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା। ମୁମ୍ବାଇ ନିଲାମରେ ସମୁଦାୟ ୮ଖେଳାଳି କିଣିଛି। ଯେଉଁଥିରେ ଚାରିଜଣ ଖେଳାଳି ସାମିଲ ହୋଇଛନ୍ତି, ଯେଉଁମାନେ କେବଳ ୨୦ ଲକ୍ଷ ଟଙ୍କା ମୂଲ୍ୟରେ କିଣାଯାଇଛନ୍ତି। ନିଲାମ ପୂର୍ବରୁ ମୁମ୍ବାଇ ଅନେକ ତାରକା ଖେଳାଳିଙ୍କୁ ମୁକ୍ତ କରିଥିଲା। ତଥାପି, ଦଳ ଅନେକ ଖେଳାଳିଙ୍କୁ ରଖିଥିଲା ଯେଉଁମାନେ ଦୀର୍ଘ ସମୟ ଧରି ଦଳର ଅଂଶବିଶେଷ ଥିଲେ। ନିଲାମ ପୂର୍ବରୁ ମୁମ୍ବାଇରେ ଏକ ବଡ଼ ପରିବର୍ତ୍ତନ ହୋଇଥିଲା। ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦେଇଛି। ତେବେ ଆସନ୍ତୁ ଜାଣିବା ଆଇପିଏଲ ୨୦୨୪ ପାଇଁ ମୁମ୍ବାଇର ପୂରା ଦଳ…

୨୦୨୪ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବା ୮ ଖେଳାଳି- ଜେରାଲ୍ଡ କୋଏଟଜି (୫ କୋଟି), ଦିଲଶାନ ମଦୁଶଙ୍କା (୪.୬୦ କୋଟି), ଶ୍ରେୟସ ଗୋପାଳ (୨୦ ଲକ୍ଷ), ନମନ ଧୀର (୨୦ ଲକ୍ଷ), ଅଂଶୁଲ କମ୍ବୋଜ (୨୦ ଲକ୍ଷ), ନୁୱାନ ତୁଷାରା (୪.୮୦ କୋଟି), ମହମ୍ମଦ ନବୀ (୧.୫୦ କୋଟି), ଶିବାଲିକ ଶର୍ମା (୨୦ ଲକ୍ଷ)।

ମୁମ୍ବାଇ ଇଣ୍ଡିଆନ୍ସର ୧୭ଜଣ ଖେଳାଳି – ରୋମାରିଓ ଶେଫର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଜେସନ ବେହରେଣ୍ଡର୍ଫ, ଆକାଶ ମାଧୱାଲ, ପୀୟୁଷ ଚାୱଲା, କୁମାର କାର୍ତ୍ତିକେୟ ସିଂ, ଜସପ୍ରୀତ ବୁମ୍ରା, ନେହଲ ୱାଡେରା, ଶାମ୍ସ ମୁଲାନି, ଅର୍ଜୁନ ତେନ୍ଦୁଲକର, ବିଷ୍ଣୁ ବିନୋଦ , ଟିମ ଡେଭିଡ, ତିଲକ ବର୍ମା, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଡିୱାଲ୍ଡ ବ୍ରେଭିସ, ରୋହିତ ଶର୍ମା।

Share