ବେଙ୍ଗାଲୁରୁ,୧୨।୨: ଆଇପିଏଲ୍ ନିଲାମରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି ପାଲଟିଛନ୍ତି ୨୩ ବର୍ଷୀୟ ଉଇକେଟକିପର ଈଶାନ କିଶନ। ତାଙ୍କୁ ୧୫.୨୫ କୋଟି ଟଙ୍କା ଖର୍ଚ୍ଚ କରି ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ଦଳରେ ସାମିଲ କରିଛି। ଈଶାନଙ୍କ ବେସ୍ ପ୍ରାଇସ୍ ୨ କୋଟି ରହିଥିଲା। ପୂର୍ବରୁ ଆଇପିଏଲ୍ ନିଲାମରେ ସବୁଠାରୁ ଅଧିକ ଅର୍ଥରାଶିରେ ନିଲାମ ହୋଇଥିବା ଖେଳାଳି ଯୁବରାଜ ସିଂହ ଥିଲେ।
୨୦୧୬ରେ ଗୁଜରାଟ ଲାୟନ୍ସ ପକ୍ଷରୁ ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିଲେ। ୩୫ ଲକ୍ଷ ଟଙ୍କାରେ ସେତେବେଳେ ଦଳ ତାଙ୍କୁ କିଣିଥିଲା। ୨୦୧୮ରେ ୫.୫ କୋଟିରେ ମୁମ୍ବାଇ ତାଙ୍କୁ କିଣିଥିଲା। ୨୦୨୦ରେ ସେ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍(ଆଇପିଏଲ୍)ରେ ପାଲଟିଥିଲେ। ଏଯାବତ ସେ ୧୧୦ ଟି୨୦ ମ୍ୟାଚ୍ ଖେଳିଥିବା ବେଳେ ୨୭୨୬ ରନ୍ କରିଛନ୍ତି।