ପୁଣେ,୧୪ା୪: ପଞ୍ଜାବ କିଙ୍ଗ୍ସ ବିପକ୍ଷ ଆଇପିଏଲ୍ ମ୍ୟାଚ୍ରେ ଧିମା ବୋଲିଂ ହାର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏବଂ ଦଳର ଅନ୍ୟ ସଦସ୍ୟଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ବୁଧବାର ରାତିରେ ଖେଳାଯାଇଥିବା ମ୍ୟାଚ୍କୁ ପଞ୍ଜାବ ୧୨ ରନ୍ରେ ଜିତି ନେଇଛି।
ପୁଣେସ୍ଥିତ ଏମ୍ସିଏ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ଧିମା ବୋଲିଂ ହାର ଲାଗି ମୁମ୍ବାଇ ଇଣ୍ଡିଆନ୍ସକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ଚଳିତ ସିଜନରେ ଦ୍ୱିତୀୟ ଥର ପାଇଁ ସର୍ବନିମ୍ନ ଓଭର ହାର ସମ୍ପର୍କୀତ ଆଇପିଏଲ ନିୟମ ଭଙ୍ଗ କରିଛି ରୋହିତଙ୍କ ନେତୃତ୍ୱାଧୀନ ଦଳ। ଏଥିଯୋଗୁ ଅଧିନାୟକ ରୋହିତଙ୍କ ମ୍ୟାଚ୍ ଫି’ରୁ ୨୪ ଲକ୍ଷ ଏବଂ ଦଳର ଅନ୍ୟ ଖେଳାଳିଙ୍କ ୨୫ ପ୍ରତିଶତ ମ୍ୟାଚ୍ ଫି’(୬ ଲକ୍ଷ) କାଟ୍ କରାଯାଇଛି ବୋଲି ଆଇପିଏଲ ପକ୍ଷରୁ ଜାରି କରାଯାଇଥିବା ବିବୃତି କୁହାଯାଇଛି। ୫ ଥର ଚାମ୍ପିୟନ ମୁମ୍ବାଇ ଏପର୍ଯ୍ୟନ୍ତ ବିଜୟ ସ୍ବାଦ ଚାଖି ପାରି ନାହିଁ। ଦଳ ତା’ର ପରାଜୟ ଧାରା ଜାରି ରଖି କ୍ରମାଗତ ୫ମ ପରାଜୟ ବରଣ କରିଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଧୀମା ବୋଲିଂ ହାର ପାଇଁ ଫାଇନ ବାବଦକୁ ରୋହିତଙ୍କ ମ୍ୟାଚ୍ ଫି’ରୁ ୧୨ ଲକ୍ଷ କାଟ କରାଯାଇଥିଲା।