Categories: ଖେଳ

ବିଦେଶରେ ବି ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକ, ପର୍ବତ ଶିଖରରେ ଉଡ଼ାଇଲେ ପତାକା

ପ୍ରଶଂସକଙ୍କ ବିନା ଆଇପିଏଲ ଅସମ୍ପୂର୍ଣ୍ଣ ଅଟେ। ପ୍ରତ୍ୟେକ ଫ୍ରାଞ୍ଚାଇଜ ଫଲୋ କରୁଥିବା ପ୍ରଶଂସକ ଏତେ ଅଧିକ ଯେ, ଲୋକମାନେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିବାକୁ କିଛି ବି ପୋଷ୍ଟ କରନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ସବୁଠାରୁ ସଫଳ ଫ୍ରାଞ୍ଚାଇଜ ଅଟେ। ମୁମ୍ବାଇର ପ୍ରଶଂସକମାନେ କେବଳ ଭାରତରେ ନୁହନ୍ତି, ବିଦେଶରେ ମଧ୍ୟ ଅଛନ୍ତି।

ଏହି ସମୟରେ ସୁଇଜରଲାଣ୍ଡରୁ ଏକ ସୁନ୍ଦର ଫଟୋ ଭାଇରାଲ ହେବାରେ ଲାଗିଛି। ଋଷି ପୋପାଓ୍ବାଲା ନାମକ ଜଣେ ଯୁବକ ମୁମ୍ବାଇ ଇଣ୍ଡିଆନ୍ସର ପତାକା ସହିତ ଏକ ଫଟୋ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ‘ମୁଁ ରେକର୍ଡ କରିଛି। ପ୍ରଥମେ, ମୁମ୍ବାଇ ଇଣ୍ଡିଆନ୍ସର ପତାକା ୟୁରୋପର ସର୍ବୋଚ୍ଚ ଶିଖର ଜଙ୍ଗଫ୍ରାଜୋକ ପର୍ବତ ଉପରେ ଉଠାଯାଇଛି। ଦ୍ୱିତୀୟରେ ମୁମ୍ବାଇର ପତାକା ସର୍ବୋଚ୍ଚ ସ୍ଥାନରେ ଉଡ଼ାଯାଉଛି ଏବଂ ଏହା ପ୍ରଥମଥର ପାଇଁ ଘଟିଛି।

ଋଷିଙ୍କ ଟୁଇଟ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ତା’ ଟ୍ବିଟର ହ୍ୟାଣ୍ଡେଲରେ ରିଟୁଇଟ୍‌ କରିଛି। ମୁମ୍ବାଇ ଲେଖିଛି, ଆମ ପରିବାର ନୂଆ ଉଚ୍ଚତାକୁ ଛୁଇଁଛି, ଯାହା ଆମକୁ ଗର୍ବିତ କରୁଛି। ପରାଜୟ ସହିତ ଟୁର୍ନାମେଣ୍ଟ ଆରମ୍ଭ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଟ୍ରାକ୍‌କୁ ଫେରିଛି। ଆରସିବି ଏବଂ ଚେନ୍ନାଇକୁ ହରାଇବା ପରେ ମୁମ୍ବାଇ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି।

ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟର ହ୍ୟାଟ୍ରିକ୍‌ ସମାପ୍ତ କରିଛି। ଏହାପୂର୍ବରୁ ମୁମ୍ବାଇ ଦିଲ୍ଲୀ କ୍ୟାପିଟାଲ୍ସ କେକେଆର ଏବଂ ପରେ ଏସ୍‌ଆରଏଚ୍‌କୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫ ଓ୍ବିକେଟ ପାଇଁ ୧୯୨ ରନ ସଂଗ୍ରହ କରିଥିଲା। କ୍ୟାମରୁନ୍‌ ଗ୍ରୀନ୍‌ ୪୦ ବଲରୁ ୬୪ ରନ୍‌ ସଂଗ୍ରହ କରିଥିଲେ। ଶେଷ ଓଭରରେ ମୁମ୍ବାଇ ସନରାଇଜର୍ସ ହାଇଦ୍ରାବାଦକୁ ୧୪ ରନରେ ପରାସ୍ତ କରିଥିଲା।

Share