Categories: ଖେଳ

ବୁମ୍‌ରାଙ୍କ ସ୍ଥାନ ନେଲେ ସନ୍ଦୀପ

ମୁମ୍ବାଇ,୧ା୪: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ୨୦୨୩ ପାଇଁ ଆଘାତପ୍ରାପ୍ତ ପେସ୍‌ବୋଲର ଯଶପ୍ରୀତ ବୁମ୍‌ରାଙ୍କ ସ୍ଥାନରେ ଡାହାଣହାତୀ ଫାଷ୍ଟ ବୋଲର ସନ୍ଦୀପ ଓ୍ବାରିୟରଙ୍କୁ ଦଳରେ ସାମିଲ କରିଛି।

ପିଠିରେ ଆଘାତ ଯୋଗୁ ବୁମ୍‌ରା ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ସନ୍ଦୀପ ୨୦୨୧ରେ ଭାରତ ପକ୍ଷରୁ ପ୍ରଥମ ଥର ଖେଳିବା ସୁଯୋଗ ପାଇଥିଲେ। ଘରୋଇ ଟୁର୍ନାମେଣ୍ଟରେ କିନ୍ତୁ ତାଙ୍କର ଅଭିଜ୍ଞତା ରହିଛି। ସେ ୨୦୦ ମ୍ୟାଚ ଖେଳିଛନ୍ତି। ତନ୍ମଧ୍ୟରେ ୬୯ ମ୍ୟାଚ ଟି୨୦ ଫର୍ମାଟ ରହିଛି। ସେ ତାଙ୍କ କ୍ୟାରିୟରରେ ସମସ୍ତ ଫର୍ମାଟରେ ୩୬୨ ଉଇକେଟ ଅକ୍ତିଆର କରିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ତାର ପ୍ରଥମ ମ୍ୟାଚ ଏପ୍ରିଲ-୨ ତାରିଖ ବାଙ୍ଗାଲୋରରେ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଖେଳିବ। ଘରୋଇ ଟୁର୍ନାମେଣ୍ଟରେ ସନ୍ଦୀପ ୬୬ ପ୍ରଥମଶ୍ରେଣୀ, ୬୯ ଲିଷ୍ଟ ଏ’ ଏବଂ ୬୮ ଟି୨୦ ମ୍ୟାଚ ଖେଳି ଯଥାକ୍ରମେ ୨୧୭, ୮୩ ଓ ୬୨ ଉଇକେଟ ନେଇଛନ୍ତି। ୨୦୨୧ ଜୁଲାଇରେ ସେ କଲମ୍ବୋଠାରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ତରଫରୁ ଅନ୍ତର୍ଜାତୀୟ ଟି୨୦ରେ ପଦାର୍ପଣ କରିଥିଲେ। ୨୦୨୦ରେ ତାମିଲନାଡୁକୁ ଯିବା ପୂର୍ବରୁ ସେ କେରଳ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଛନ୍ତି।

Share