Categories: ଖେଳ

ଟସ୍‌ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ,୨୪।୫: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଉଥିବା ଆଇପିଏଲ୍‌-୨୦୨୩ର ଏଲିମିନେଟର ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ବୋଲିଂ କରିବ।

ସୂଚନା ଯୋଗ୍ୟ, ଏହି ମ୍ୟାଚରେ ବିଜେତା ଦଳ ଦ୍ୱିତୀୟ କ୍ୱାଲିଫାୟର ଦ୍ୱିତୀୟ ମ୍ୟାଚରେ ପ୍ରଥମ କ୍ୱାଲିଫାୟରରେ ପରାଜିତ ହୋଇଥିବା ଗୁଜରାଟ ଟାଇଟାନ୍ସ(ଜିଟି)କୁ ମେ ୨୬ରେ ଭେଟିବ। ଏହାପରେ ଫାଇନାଲରେ ଖେଳିବାକୁ ଟିକଟ ପାଇ ସାରିଥିବା ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ସହିତ ଦ୍ୱିତୀୟ କ୍ୱାଲିଫାୟରର ବିଜେତା ଖେଳିବେ।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ: ଆୟୁଷ ବାଡୋନୀ, ଦୀପକ ହୁଡା, ପ୍ରେରକ ମାନକଡ, ମାର୍କସ ଷ୍ଟୋଇନିସ, ନିକୋଲାସ ପୁରାନ (ଉଇକେଟ କିପର), କୃନାଲ ପାଣ୍ଡ୍ୟା (ଅଧିନାୟକ), କୃଷ୍ଣପ୍ପା ଗୋଥାମ, ରବି ବିଷ୍ଣୁ, ନବୀନ-ଉଲ-ହକ, ଯଶ ଠାକୁର, ମୋହସିନ ଖାନ୍‌

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ (ଉଇକେଟ କିପର), କ୍ୟାମେରନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ଟିମ୍‌ ଡେଭିଡ, ତିଲକ ଭର୍ମା, କ୍ରିସ ଜୋର୍ଡାନ, ହ୍ରିତିକ ଶୋକେନ, ପୀୟୁଷ ଚାୱଲା, ଜେସନ ବେହେରେଣ୍ଡଫ, ଆକାଶ ମାଡୱାଲ

Share